BY-SUBHASMITA-DT-25-09-2026
୫ କୋଟିର କାମରେ ବାରମ୍ବାର ଏଭଳି ଅବସ୍ଥା କାହିଁକି? ନିର୍ମାଣର ମାନକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏପଟେ ବର୍ଷା ଯୋଗୁଁ ବଢ଼ିଛି ବିପଦ ଆଶଙ୍କା। ସୁରକ୍ଷା ଦୃଷ୍ଟିରୁ କଳିଙ୍ଗା ଘାଟିକୁ ଦୁଇ ପଟୁ ବନ୍ଦ ରଖାଯାଇଛି।
ଏ ହେଉଛି କଳିଙ୍ଗା ଘାଟିର ଚିତ୍ର( VISUAL) ଗଞ୍ଜାମ କନ୍ଧମାଳକୁ ଯୋଡୁଥିବା ଏହି ଘାଟି ଦେଇ ପ୍ରତିଦିନ ଯାତାୟାତ କରନ୍ତି ଶହ ଶହ ଲୋକଙ୍କ ଯାତାୟାତ ଓ ଘାଟିର ସୁରକ୍ଷା ପାଇଁ ଚାଲିଛି ୨୫ କୋଟି ଟଙ୍କାର କାମ ।
ହେଲେ ନିର୍ମାଣ କାମ ସରିବା ପୂର୍ବରୁ ଧସୁଛି ଗାର୍ଡୱାଲ୍। ପୂର୍ବରୁ ଦୁଇଥର ଧସିଥିଲା, ଏବେ ପୁଣି ବର୍ଷାରେ ଧସିବା ପରେ କାମର ମାନକୁ ନେଇ ଉଠିଛି ବଡ ପ୍ରଶ୍ନ। ୨୫ କୋଟି ଟଙ୍କାର କାମ… ତଥାପି ବାରମ୍ବାର ଧସୁଛି ଗାର୍ଡୱାଲ୍!
ତେବେ ପ୍ରଶ୍ନ ଉଠୁଛି କାମରେ କେଉଁଠି ରହିଗଲା ତ୍ରୁଟି? ନିର୍ମାଣର ମାନ ଠିକ୍ ଅଛି ତ? ନା ବର୍ଷା ଆସିଲେ ହିଁ ସାମ୍ନାକୁ ଆସୁଛି କାମର ଦୁର୍ବଳତା? ଏହି ଘଟଣା ପରେ ଗାର୍ଡୱାଲ୍ର ମଜବୁତି ଓ ଦୀର୍ଘସ୍ଥାୟୀତ୍ୱକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଏପଟେ ଲଘୁଚାପଜନିତ ବର୍ଷା କଳିଙ୍ଗା ଘାଟି ପାଇଁ ବଢ଼ାଇଛି ବିପଦ। ମାଟି ଧସିବା, ପଥର ଖସିବା ଭଳି ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଘାଟିକୁ ଦୁଇ ପଟୁ ବନ୍ଦ ରଖାଯାଇଛି।ଅର୍ଥାତ୍ ଲୋକଙ୍କ ସୁରକ୍ଷା ପାଇଁ ରାସ୍ତା ବନ୍ଦ । ହେଲେ ୨୫ କୋଟିରେ ନିର୍ମାଣ ହେଉଥିବା ଗାର୍ଡୱାଲ୍ କେତେ ସୁରକ୍ଷିତଟଙ୍କା ଖର୍ଚ୍ଚ ହେଉଛି… କାମ ବି ଚାଲିଛି… ହେଲେ ଗାର୍ଡୱାଲ୍ ବାରମ୍ବାର ଧସୁଛି କାହିଁକି?
୨୫ କୋଟିର କାମରେ ଯଦି ବର୍ଷା ହିଁ ପରୀକ୍ଷା ନେଉଛି, ତେବେ କାମର ମାନ ନେଇ ଜବାବ ଦେବ କିଏ?
ଚର୍ଚ୍ଚା TV












