Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::
    • ଗୁଣପୁର ମାଟି ପାଇଁ ଜିବନ ଦେବୁ :;
    • ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।
    • ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::
    • କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;
    • ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;
    • ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;
    • ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;

    By Charcha NewsApril 10, 2026
    Share
    Facebook Twitter Email WhatsApp

    ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ ୭୪ତମ ବି.ଏନ୍. ମଲ୍ଲିକ ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍ ୨୦୨୫-୨୬ରେ ଓଡ଼ିଶା ପୋଲିସର ପୁରୁଷ ଓ ମହିଳା ଫୁଟବଲ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଅବସରରେ ରାଜ୍ୟ ପୋଲିସ ମହିଳା ଓ ପୁରୁଷ ଫୁଟବଲ ଟିମର କ୍ରୀଡ଼ାବିତମାନେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଡିଜିପି ଶ୍ରୀ ଖୁରାନିଆ ସଫଳ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ କ୍ରୀଡ଼ା ଉତ୍କର୍ଷତା ନିମନ୍ତେ ଭୂୟସୀ ପ୍ରଶଂସା କରିଛନ୍ତି।

    ଉଲ୍ଲେଖଯୋଗ୍ୟ ଯେ, ଗତ ୨୩.୦୩.୨୦୨୬ ରୁ ୦୫.୦୪.୨୦୨୬ ପର୍ଯ୍ୟନ୍ତ ହାଇଦ୍ରାବାଦଠାରେ ଆୟୋଜିତ ହୋଇଥିବା ଏହି ଚମ୍ପିୟାନସିପ୍‌ରେ ଓଡ଼ିଶା ପୋଲିସ ମହିଳା ଦଳ ଉପବିଜେତା ଆଖ୍ୟା ଅର୍ଜନ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଆସାମ ରାଇଫଲସ ଚମ୍ପିୟାନ ହୋଇଥିବା ବେଳେ ଓଡ଼ିଶା ପୋଲିସ ରନର୍ସଅପ ହୋଇଥିଲା।

    ଏହି ସଫଳତା ଓଡ଼ିଶାର ଯୁବ ପ୍ରତିଭାମାନଙ୍କୁ ଫୁଟବଲ ପ୍ରତି ଆକୃଷ୍ଟ କରିବା ସହ ଭବିଷ୍ୟତରେ ନୂଆ ମାଇଲଖୁଣ୍ଟ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି। କ୍ରୀଡ଼ାବିତଙ୍କ ଏହି କୃତିତ୍ୱ ରାଜ୍ୟ ପୋଲିସ ବାହିନୀ ପାଇଁ ଗୌରବ ଆଣିଛି ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।

    ସେହିପରି ଓଡ଼ିଶା ପୋଲିସ ପୁରୁଷ ଫୁଟବଲ ଦଳ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପୋଲିସର ଦୁଇଜଣ ଶ୍ରେଷ୍ଠ ଖେଳାଳି ସମଗ୍ର ପ୍ରତିଯୋଗିତାରେ ସର୍ବାଧିକ ଗୋଲ୍ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ହାସଲ କରି ଓଡ଼ିଶା ପୋଲିଶ ପାଇଁ ଗୌରବ ଆଣିଛନ୍ତି।

    ଓଡ଼ିଶା ପୋଲିସ କ୍ରୀଡ଼ାବିତଙ୍କ ବ୍ୟକ୍ତିଗତ ସଫଳତା:

    • ପ୍ୟାରୀ ଖାଖା (WC/475, UPD ଭୁବନେଶ୍ୱର): ମହିଳା ବର୍ଗରେ ଚମତ୍କାର ପ୍ରଦର୍ଶନ କରି ସମୁଦାୟ ୦୭ଟି ଗୋଲ୍ ସହ ପ୍ରତିଯୋଗିତାର ଶ୍ରେଷ୍ଠ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ହାସଲ କରିଛନ୍ତି। ପ୍ୟାରୀ ବର୍ତ୍ତମାନ ଭାରତୀୟ ଜାତୀୟ ଫୁଟବଲ ଶିବିରରେ ପ୍ରତିନିଧିତ୍ୱ କରୁଛନ୍ତି।

    • ବିଜୟ ବେହେରା (C/327, ୧ମ ଆଇ.ଆର. ବାଟାଲିୟନ, କୋରାପୁଟ): ପୁରୁଷ ବର୍ଗରେ ଅସାଧାରଣ କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ସମୁଦାୟ ୦୮ଟି ଗୋଲ୍ ସହ ଶ୍ରେଷ୍ଠ ସ୍କୋରର ଭାବେ ‘ଗୋଲଡେନ୍ ବୁଟ୍’ ବିଜୟୀ ହୋଇଛନ୍ତି।

    ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୂନିକୀକରଣ) ଶ୍ରୀ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

    ଚର୍ଚ୍ଚା NEWS

    Share. Facebook Twitter WhatsApp

    Related Posts

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026 ଆଜିର ଖବର

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026 ଆଜିର ଖବର

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026 ଆଜିର ଖବର

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026 ଆଜିର ଖବର

    ଛେନା ପୋଡ…

    April 11, 2026 ଆଜିର ଖବର

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026 ଆଜିର ଖବର

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026 ଆଜିର ଖବର

    ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::

    April 10, 2026 ଆଜିର ଖବର

    ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ

    April 10, 2026 ଆଜିର ଖବର

    କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !

    April 10, 2026 ଅର୍ଥନୀତି
    Watch YouTube

    You May Like

    ଭୂଦାନ ସ୍ମୃତି ବିଚାର ଓ ସଦ ଭାବନା ଯାତ୍ରା ନେଇ ପ୍ରସ୍ତୁତି ବୈଠକ ::

    April 11, 2026

    ଗୁଣପୁର ମାଟି ପାଇଁ ଜିବନ ଦେବୁ :;

    April 11, 2026

    ରାଜପଥ କଡ ରେ ବିକ୍ରି ବେଳେ 45 ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଗିରଫ ।

    April 11, 2026

    ଯୋଗ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର ::

    April 11, 2026

    କୋଟସମଲାଇ ରଘୁନାଥ ନାଟ୍ୟକଲା ପରିଷଦ ଶ୍ରୀରାମଲୀଳା ଉତ୍ସବ :;

    April 11, 2026

    ଲୀଳା ନାଟକ ମାଧ୍ୟମରେ ଭାଇଚାରା ସୃଷ୍ଟି ହୁଏ :;

    April 11, 2026

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.