ଅକ୍ଟୋବରରୁ ଜିଲ୍ଲା ଜିଲ୍ଲା ବୁଲିବେ, ବଞ୍ଚିବ କି ବିଜେଡି?
BY-SUBHASMITA-DT-5.4.2024
ଭୁବେନଶ୍ୱର : DT-5.4.2024:ନବୀନଙ୍କୁ ଘାରିଲାଣି ପଞ୍ଚାୟତ ଚିନ୍ତା, ସଂଗଠନକୁ ମଜବୁତ କରିବାକୁ ଅକ୍ଟୋବରରୁ ଜିଲ୍ଲାକୁ ଜିଲ୍ଲା ବୁଲିବେ ନବୀନ । ପଞ୍ଚାୟତ ପାଇଁ ଏବେଠୁ ପାଗ ଭିଡ଼ିଲାଣି ବିଜେପି । ବିରୋଧୀ କ୍ୟାମ୍ପର ତୃଣମୂଳସ୍ତରର ନେତା ଓ କର୍ମୀଙ୍କୁ ଦଳରେ ସାମିଲ କରି ସଙ୍ଗଠନକୁ ଶକ୍ତିଶାଳୀ କରୁଛନ୍ତି ମୋହନ-ମନମୋହନ ଯୋଡି। ହେଲେ ଏହି ରେସରେ ବେଶ ପଛରେ ରହିଛି ବିଜେଡି। ଦଳର ଭୋଟବ୍ୟାଙ୍କ ଭାଙ୍ଗୁଥିବା ବେଳେ ଶୀର୍ଷ ନେତୃତ୍ବ ନିଜକୁ କେବଳ ଶଙ୍ଖଭବନ ଓ ନବୀନ ନିବାସରେ ସୀମିତ ରଖିଛନ୍ତି । କର୍ମୀଙ୍କ ପାଖରେ ପହଞ୍ଚୁନାହାନ୍ତି ବିଜେଡି ସୁପ୍ରିମୋ। ବରଂ ପ୍ରତିଦିନ ଦଳୀୟ କନ୍ଦଳର ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ ଧରି ନବୀନ ନିବାସ ଆସୁଛନ୍ତି ତୃଣମୂଳସ୍ତରର ନେତା । କାରଣ ନବୀନଙ୍କ ବାଦ୍ ଦଳର ଦ୍ବିତୀୟ ଧାଡିର ଛାମୁଆ ନେତାଙ୍କୁ ଭରସିପାରୁନାହାନ୍ତି କର୍ମୀ। ତେଣୁ ପଞ୍ଚାୟତ ପରୀକ୍ଷା ଦଳ କେମିତି ପାସ୍ କରିବ ତାହା ସବୁଠୁ ବଡ ପ୍ରଶ୍ନ।
ବଜେଡି ସଙ୍ଗଠନରେ ଏବେ ଘଳିଆ ପଡିଛି। ଭୁଶୁଡୁଛି ଗୋଟିଏ ପରେ ଗୋଟିଏ ସାଙ୍ଗଠନିକ ଦୁର୍ଗ। ପ୍ରଥମେ ହାତରୁ ସରକାର ଗଲା, ଏବେ ତୃଣମୂଳସ୍ତରର ଭୋଟବ୍ୟାଙ୍କ ହାତେଇଲାଣି ଶାସକ ବିଜେପି। ଦଳର ଦ୍ବିତୀୟ ଧାଡିର ନେତା ସଙ୍ଗଠନକୁ ସଜାଡିବାରେ ଫେଲ୍ ମାରିଛନ୍ତି।
ପଞ୍ଚାୟତ ପାଇଁ ଏବେଠୁ ପାଗ ଭିଡ଼ିଲାଣି ବିଜେପି। ବିରୋଧୀ। ଦଳର ଭୋଟବ୍ୟାଙ୍କ ଭାଙ୍ଗୁଥିବା ବେଳେ ଶୀର୍ଷ ନେତୃତ୍ବ ନିଜକୁ କେବଳ ଶଙ୍ଖଭବନ ଓ ନବୀନ ନିବାସରେ ସୀମିତ ରଖିଛନ୍ତି। କର୍ମୀଙ୍କ ପାଖରେ ପହଞ୍ଚୁନାହାନ୍ତି ବିଜେଡି ସୁପ୍ରିମୋ। ବରଂ ପ୍ରତିଦିନ ଦଳୀୟ କନ୍ଦଳର ଗୋଟିଏ ଗୋଟିଏ ନୂଆ ଅଧ୍ୟାୟ ଧରି ନବୀନ ନିବାସ
ନବୀନ ନିବାସରୁ ଶଙ୍ଖ ଭବନ ଯାଏଁ ପ୍ରଭାବ ରଖୁଥିବା ବିଜେଡିର ଅନେକ ଆଗଧାଡିର ନେତାଙ୍କର କିନ୍ତୁ କର୍ମୀ ମହଲରେ ଆଉ ଆଗଭଳି ସେତେଟା ଗ୍ରହଣୀୟତା ନାହିଁ। ସଙ୍ଗଠନକୁ ସମ୍ଭାଳି ରଖିବାରେ ମଧ୍ୟ ଦଳର କାର୍ପଟଦାର ନେତା ଫେଲ୍ ମାରିଛନ୍ତି। ଏବେ ପଞ୍ଚାୟତ ପୂର୍ବରୁ ବିଜେଡିକୁ ଭରସା କେବଳ ନବୀନ ବ୍ରାଣ୍ଡ୍। ଯେଉଁଥିପାଇଁ ଆସନ୍ତା ଅକ୍ଟୋବରରୁ ଜିଲ୍ଲାକୁ ଜିଲ୍ଲା ବୁଲିବେ ନବୀନ। କର୍ମୀଙ୍କ ଗହଣରେ ପହଞ୍ଚି ଦଳକୁ ସଙ୍ଗଠିତ କରିବାକୁ ଦେବେ ମନ୍ତ୍ର। ଗତବର୍ଷ ମଧ୍ୟ ସମାନ ଆଶା ଦେଖାଇଥିଲା ବିଜେଡି କ୍ୟାମ୍ପ। ନବୀନ ମୈଦାନକୁ ଓହ୍ଲାଇବେ, କର୍ମୀଙ୍କ ସହ ମିଶିବେ, ସଙ୍ଗଠନ ସଜାଡିବେ। ଏବେ ପୁଣିଥରେ ସେହି ସମାନ କଥା। ହେଲେ ପ୍ରଶ୍ନ ଉଠୁଛି, ନବୀନଙ୍କ ଏହି ରଣନୀତିକୁ ଭୋଟର ଭରସିବେ ତ?
ଚର୍ଚ୍ଚା news












