-BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା,:ରାୟଗଡ଼ା ଗୁଣପୁର ସେବା ସମାଜ ତରଫରୁ ବିନୋଦ ବିଚାର ପ୍ରବାହ କମିଟି ପକ୍ଷ ରୁ ଆୟୋଜିତ ଭୂଦାନ ସ୍ମୃତି ବିଚାର ଓ ସଦ୍ ଭାବନା ଯାତ୍ରା ମାର୍ଚ୍ଚ ୨୫ ଠାରୁ ଆରମ୍ଭ ହୋଇ ତାମିଲନାଡୁ ର ପୋଚମପଲ୍ଲି ଠାରେ ୧୮ ଏପ୍ରିଲ ଭୂକ୍ରାନ୍ତୀ ଦିବସ ରେ ସମାପନ ହେବାର ଅଛି । ଏହି ଯାତ୍ରା ସୁଦୂର ସହାଯାହାନପୁର ଉତ୍ତରପ୍ରଦେଶ ବିନୋବା ସେବାଶ୍ରମ ର ପ୍ରତିଷ୍ଠାତା ବିନୋବାଙ୍କ ପଟ୍ଟଶିଷ୍ୟ ଅନୁଗାମୀ ସମାଜସେବୀ ରମେଶ ଭାଇଜୀ ଦ୍ୱାରା ଆୟୋଜିତ। ତାଙ୍କ ସହ ସମାଜସେବୀ ରାକେଶ କୁମାର ପାଣ୍ଡେ, ସେବା ଗ୍ରାମର ସମାଜସେବୀ ଜଳନ୍ଦ୍ରନାଥ ଏବଂ ହରିୟାଣା ର ରାଜେନ୍ଦ୍ର ଭାଇଜୀ ଆସି ଗୁଣପୁରରେ ପହଞ୍ଚିଥିଲେ। ସେବା ସମାଜ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ସେହି ସଭାରେ ବରିଷ୍ଠ ଆଇନଜୀବୀ ଫନିଭୁଷଣ ପଟନାୟକ, ଆଇନଜୀବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ସେବା ସମାଜର ସଭାପତି ମାୟା ଶବର, ଏବଂ ଯାତ୍ରାରେ ଆସିଥିବା ଅତିଥି ମଞ୍ଚାସିନ ରହି ଆସିଥିବା ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ସଭାଟିକୁ ସମାଜସେବୀ ଉମାଶଙ୍କର ଦାଶ ପରିଚାଳନା କରିଥିଲେ। ରାକେଶ ଭାଇଜୀ ଯାତ୍ରାରେ ଆସିଥିବା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବୈଜେଷ୍ଠ ରମେଶ ଭୂଦାନ ଏବଂ ସଦଭାବନା ଯାତ୍ରା ଠାରୁ ଆରମ୍ଭ କରି ଶିକ୍ଷା, ନାରୀ ଶିକ୍ଷା ଆଜିର ସମାଜରେ ରେ ହେଉଥିବା ପରିବର୍ତ୍ତନ ସଂପର୍କରେ ଆଲୋଚନା କରିଥିଲେ। ଏହି ସଭାରେ ଯୁବନେତା ରାମ ପଣ୍ଡା, ଆମର ସହୁ, ପି ଼ରବି, ଚିନ୍ମୟ ପାଣିଗ୍ରାହୀ, ଶିକ୍ଷକ, ସୁସାହିତିକ ରମେଶ ମିଶ୍ର ସେବା ସମାଜର ସମସ୍ତ କର୍ମୀ ଯୋଗ ଦେଇଥିଲେ। ଶେଷରେ ଆଇନଜୀବୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପୂର୍ବରୁ ରମେଶ ଭାଇଜୀ ଏବଂ ସାଥୀ ଆମ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ପୀଠ ବାଇରୁ ଗମାଙ୍ଗ ଆଶ୍ରମରେ ବିନୋବାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ସ୍ମୃତି ସଭା ରଖିଥିଲେ । ସେହି ସଭାରେ ୧୯୫୫ ରେ ବିନୋବାଙ୍କ ୧୧ ଦିନର ରହଣି ସମୟର ପୁରା ବୃତ୍ତାନ୍ତ। ସେସମୟର ଭୂମି ଦାନ ସହ ଗ୍ରାମଦାନ ସଂପର୍କରେ ପୁନରାବୃତ୍ତି କରିଥିଲେ। ଆଜ୍ଞା ବିଶ୍ୱନାଥ ପଟ୍ଟନାୟକ, ରତନ ଦାଶ, ପଦ୍ମଶ୍ରୀ ଶାନ୍ତି ଦେବୀ ଙ୍କ ବିନୋବାଙ୍କ ପଦଯାତ୍ରା ରହିବା ଏବଂ ପ୍ରକାର ରଚନାତ୍ମକ କାର୍ଯ୍ୟରେ କିପରି ଏ ଅଞ୍ଚଳର ଗାଁ ଗାଁ ବୁଲି କରୁଥିଲେ ତାହା ସଭାରେ ପ୍ରକାଶ କରିଥିଲେ ।
ଚର୍ଚ୍ଚା NEWS












