ରାଜପଥ କଡ ରେ ହେଉଥିଲା ବ୍ରାଉନ ସୁଗାର ବେପାର । ନିୟମିତ ଚେକିଙ୍ଗ ବେଳେ ଧରିଲା ଅବକାରୀ ବିଭାଗ ର ମୋବାଇଲ୍ ଟିମ । ଯୁବକ ଙ୍କ ନିକଟ ରୁ ମିଳିଛି 45 ଗ୍ରାମ ବ୍ରାଉନ ସୁଗା । ସୂଚନା ଅନୁଯାୟୀ ଭଦ୍ରକ ଅବକାରୀ ବିଭାଗ ର ମୋବାଇଲ୍ ଟିମ ନିୟମିତ ରାଜପଥ ରେ ପେଟ୍ରୋଲିଙ୍ଗ ସହ ଯାଞ୍ଚ କରୁଥିଲେ । ଏହି ସମୟ ରେ 16 ନମ୍ୱର୍ ଜାତୀୟ ରାଜପଥ ର ନଳାଙ୍ଗ ଛକ ନିକଟ ରେ ବାଇକ୍ ଉପରେ ବସି ଥିଲେ । ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଅବକାରୀ ବିଭାଗ ର ମୋବାଇଲ୍ ଟିମ ଯୁବକ ଙ୍କୁ କାବୁ କରିଥିଲା । ଯାଞ୍ଚ ବେଳେ ଯୁବକ ଙ୍କ ନିକଟ ରୁ 4 ଲକ୍ଷ 50 ହଜାର ରୁ ଅଧିକ ଟଙ୍କା ମୂଲ୍ୟ ର 45 ଗ୍ରାମ ବ୍ରାଉନ ସୂଗାର ମିଳିଥିଲା । ଯୁବକ ଜଣକ ରାଜପଥ କଡ ରେ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ସ୍ୱୀକାର କରିଥିବା।ସୂଚନା ମିଳିଛି । ଅବକାରୀ ବିଭାଗ ଯୁବକ ଙ୍କୁ ଗିରଫ କରିବା ସହ ବ୍ରାଉନସୁଗାର ଓ ବାଇକ୍ ଜବତ୍ କରିଛି । ଗିରଫ ଯୁବକ ଜଣକ ଧାମନଗର ଥାନା ଅଧୀନ ଅଞ୍ଚଳ ର ବୋଲି ସୂଚନା ମିଳିଛି ।
ଚର୍ଚ୍ଚା NEWS












