କଟକ: ବିଶ୍ଵ ହୋମିଓପାଥିକ ଦିବସ ପୂଣ୍ୟାତ୍ମା ହୋମିଓପାଥିକ ଜନକ ଡାକ୍ତର. ସି. ଏଫ. ଏସ. ହ୍ୟାନିମ୍ୟାନ୍ଙ୍କ ୨୭୨ ତମ ପବିତ୍ର ଜନ୍ମ ବାର୍ଷିକ ଅବସରରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ ଚୌଧୁରୀ ବଜାରସ୍ଥିତ ସହିଦ୍ ଭବନରେ ଅନୁଷ୍ଠିତ ହୋଇ ଯାଇଛି।୧୭୫୫ ମସିହା ଏପ୍ରିଲ ୧୦ ତାରିଖ ଆଜି ଦିନରେ ଡା. ସି. ଏଫ. ଏସ. ହ୍ୟାନିମ୍ୟାନ୍ ଜନ୍ମ ଗ୍ରହଣ କରିଥିଲେ ଜୀବ ଜଗତର କଲ୍ୟାଣ ନିମିତ୍ତ ଏହି ମହାତ୍ମାଙ୍କ ଅବଦାନ ଅବିସ୍ମରଣୀୟ । ଆଜି ଏହି ଚିକତ୍ସା ବିଶ୍ଵର କୋଣ ଅନୁକୋଣରେ ଉପଲବ୍ଧ। ରାଜ୍ୟରେ ହୋମିଓପ୍ୟାଥିକ ଚକିତ୍ସା କରି ଜୀବନ ଜୀବିକା ନିର୍ବାହ କରୁଥିବା ପ୍ରାକ୍ଟିସିନରସଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହେଲା । ଏହି ପରିପ୍ରେକ୍ଷିରେ ପ୍ରାକ୍ଟିସିନରସମାନେ ସମ୍ମିଳିତ ହୋଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମିତ୍ତ ୨୦୧୪ ମସିହାରେ ପ୍ରାଇଭେଟ ହୋମିଓପ୍ୟାଥିକ ପ୍ରାକ୍ଟିସନରସ ଆସୋସିଏସନ ଗଠନ କରିଥିଲେ,ଯାହା ସମଗ୍ର ଦେଶରେ ଏକମାତ୍ର ଆସୋସିଏସନ କହିଲେ ଅତ୍ୟୁକ୍ତି ହେବନାହିଁ । ଆଜିର ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ସି ଏମ ସି ମେୟର ସୁବାସ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ହୋମିଓପାଥିିକ ଚିକିତ୍ସା ବିଷୟରେ ନିଜର ଅନୁଭୂତି ବାଣ୍ଟି ଥିଲେ। ରାଜ୍ୟ ସଭାପତି ଡକ୍ଟର ଅଟଲ କୁମାର ଦାସ ସଭା ପରିଚାଳନା କରିଥିବାବେଳେ ରାଜ୍ୟ ସମ୍ପାଦକ ଡକ୍ଟର ମଦନ ମୋହନ ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ହୋମିଓପାଥିକ୍ ଚିକିତ୍ସା ପଦ୍ଧତିରେ କିପରି ଚିକିତ୍ସା ହୋଇପାରେ ସେ ବିଷୟରେ ଆଲୋଚନା ହୋଇଥିଲା। ପ୍ରାକ୍ଟିସନର ମାନଙ୍କର ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ
ଉପସ୍ଥାପନା ହୋଇଥିବା ତିନିଟି ଦାବୀ ଗୁଡ଼ିକ ହେଲା ९. ପୂର୍ବରୁ ସ୍ଥଗିତ ଥିବା ତାଲିକାଭୁକ୍ତ ମାନ୍ୟତା ପୁନଃ ପ୍ରଚଳନ ।୨. ସରକାର ପ୍ରଚଳନ କରିଥିବା “ଆୟୁଷ୍ମାନ ଭାରତ ଓ ଆରୋଗ୍ୟ ମନ୍ଦିରରେ” ସେମାନଙ୍କୁ ଅବୈତନିକ ଚିକିତ୍ସକ ଭାବେ ସହଯୋଗ ନିମିତ୍ତ ସୁଯୋଗ ଦେବା ୩. ଆସୋସିଏସନର ଚିକିତ୍ସକ ମାନଙ୍କ ଜୀବନ ଜୀବିକା ନିମିତ୍ତ ଚିକିତ୍ସା କ୍ଷେତ୍ରରେ କୌଣସି କଟକଣା ନରଖିବା । ଏହି ଦାବୀ ପୂରଣ ନିମିତ୍ତ ଲଢେଇ ଜାରି ରହିବ ବୋଲି ପ୍ରକାଶ କରିଥିଲେ ।
ଚର୍ଚ୍ଚା news












