କଟକ ରେଲୱେ ଷ୍ଟେସନ୍ରେ ଆରପିଏଫ ଙ୍କ ସଚେତନତା ଓ ସମୟୋଚିତ ପଦକ୍ଷେପ ଫଳରେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଜି ଅର୍ଥାତ ୧୦ ଏପ୍ରିଲ ୨୦୨୬ ର ପ୍ରଭାତି ୪ଟା ସମୟରେ କଟକ ରେଲୱେ ଷ୍ଟେସନ୍ରେ ଡ୍ୟୁଟିରେ ଥିବା ଆରପିଏଫ କର୍ମଚାରୀମାନେ ଦୁଇ ଜଣ ଅପ୍ରାପ୍ତବୟସ୍କ ପୁଅଙ୍କୁ ଏକାକୀ ଏବଂ ଚିନ୍ତିତ ଅବସ୍ଥାରେ ଦେଖି ସନ୍ଦେହ କରିଥିଲେ। ପରେ ସେମାନଙ୍କୁ ପଚାରାଉଥିବାବେଳେ ଜଣାପଡ଼ିଥିଲା ଯେ, ସେମାନେ ନିଜ ପିତାମାତାଙ୍କୁ କିଛି ନକହି କେବଳ ସହର ଦେଖିବା ଓ ଟ୍ରେନ୍ରେ ଯାତ୍ରା କରିବା ଉତ୍ସୁକତାରେ ଘରୁ ବାହାରି ପଡ଼ିଥିଲେ। ଉଦ୍ଧାର ହୋଇଥିବା ଦୁଇ ପୁଅ ହେଲେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ନୁଆଗାଁ ଗ୍ରାମର ମନସ ସିଂହ (୧୪) ଓ ଶୁଭମ ସିଂହ (୧୩)। ପରେ ଆରପିଏଫ ଦ୍ୱାରା ସେମାନଙ୍କୁ କଟକ ଆରପିଏଫ ପୋଷ୍ଟକୁ ଆଣି ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା ଏବଂ ତତ୍କ୍ଷଣାତ୍ ସେମାନଙ୍କ ପିତାମାତାଙ୍କୁ ସୂଚନା ଦିଆଯାଇଥିଲା। ଏହା ସହିତ ଘଟଣା ବିଷୟରେ ଜିଆରପିଏସ କଟକ ଓ ଷ୍ଟେସନ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଅବଗତ କରାଯାଇଥିବାବେଳେ ଡାୟାରି ଏଣ୍ଟ୍ରି ନମ୍ବର ୭୪୫/ଡି ରେ ଏହା ଲେଖାଯାଇଛି। ପରବର୍ତ୍ତୀ କାର୍ଯ୍ୟବିଧି ଅନୁଯାୟୀ ଦୁଇ ଜଣ ଶିଶୁଙ୍କୁ ଚାଇଲ୍ଡ ହେଲ୍ପଲାଇନ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି। ଆରପିଏଫ କଟକଙ୍କ ଏହି ସମୟୋଚିତ ପଦକ୍ଷେପ ଦୁଇ ନିର୍ଦ୍ଦୋଷ ଜୀବନକୁ ସୁରକ୍ଷା ଦେଇଥିବାରୁ ସ୍ଥାନୀୟ ମହଳରେ ପ୍ରଶଂସା
ଚର୍ଚ୍ଚା NEWS












