ରାଜ୍ୟର ଅନ୍ୟତମ ପ୍ରମୁଖ ଘରୋଇ ଡାକ୍ତରଖାନା କଳିଙ୍ଗ ହସ୍ପିଟାଲ୍କୁ ମ୍ୟାକ୍ସ ହେଲ୍ଥକେୟାର ଅଧିଗ୍ରହଣ କରିବ। ବର୍ତ୍ତମାନ ହସ୍ପିଟାଲ୍ କର୍ପୋରେସନ୍ ଅଫ୍ ଓଡ଼ିଶା ଅଧୀନରେ ଏହି ଡାକ୍ତରଖାନା ପରିଚାଳିତ ହେଉଛି।
BY-SUBHASMITA-DT-10.4.1024
ଭୁବନେଶ୍ବରର : DT-10.4.1024 :: ଭୁବନେଶ୍ବରର ପ୍ରସିଦ୍ଧ ଘରୋଇ ଡାକ୍ତରଖାନା କଳିଙ୍ଗ ହସ୍ପିଟାଲ୍ ଏବେ ନୂଆ ଅଧ୍ୟାୟରେ ପ୍ରବେଶ କରିବାକୁ ଯାଉଛି। ଦେଶର ଏକ ଶୀର୍ଷ ସ୍ୱାସ୍ଥ୍ୟ ସେବା ସଂସ୍ଥା ମ୍ୟାକ୍ସ ହେଲ୍ଥକେୟାର ଏହି ହସ୍ପିଟାଲ୍ର ୫୮.୪% ଅଂଶଧନକୁ ପ୍ରାୟ ୩୦୦ କୋଟି ଟଙ୍କାରେ କିଣିବାକୁ ଯାଉଛି।ଏହା ମାଧ୍ୟମରେ ମ୍ୟାକ୍ସ ହେଲ୍ଥକେୟାର ପ୍ରଥମଥର ପାଇଁ ଓଡିଶା ବଜାରକୁ ପ୍ରବେଶ କରିବ ଭୁବନେଶ୍ବରରେ ହେଲ୍ଥ ସେକ୍ଟରରେ ପ୍ରତିସ୍ପର୍ଧା ବଢିବ |ଆଗାମୀ ଦିନରେ ରୋଗୀମାନେ ଆଧୁନିକ ଓ ଉନ୍ନତ ଚିକିତ୍ସା ସୁବିଧା ପାଇପାରିବେ ହସ୍ପିଟାଲ୍ର ଉନ୍ନତି ଓ ବିସ୍ତାର ପାଇଁ ଅଧିକ ୧୦୦ କୋଟି ଟଙ୍କା ବିନିଯୋଗ ଆଗାମୀ ୪-୬ ସପ୍ତାହ ମଧ୍ୟରେ ଡିଲ୍ ସମ୍ପୂର୍ଣ୍ଣ ହେବା ସମ୍ଭାବନା ମୈତ୍ରୀ ବିହାର, ଭୁବନେଶ୍ବର ମୈତ୍ରୀ ବିହାର, ଭୁବନେଶ୍ବରଶଯ୍ୟା ସଂଖ୍ୟା୨୫୦ ୨୪ ଘଣ୍ଟିଆ ଜରୁରୀ ସେବା ଓ ଟ୍ରମା କେୟାର କାର୍ଡିଓଲଜି, ନ୍ୟୁରୋଲଜି, ଗ୍ୟାଷ୍ଟ୍ରୋ ବିଭାଗ ସହ ବହୁ ସୁବିଧ ୨୦୧୮ରେ ବିଆର୍ ଶେଟ୍ଟିଙ୍କ କମ୍ପାନୀ ଅଂଶଧନ କିଣିଥିଲେ | ପରେ ଡ଼କ୍ଟର ଶୀତକଣ୍ଠ ଦାଶ ହସ୍ପିଟାଲ୍ର ଦାୟିତ୍ୱ ନେଇଥିଲେ,ଏହା ପୂର୍ବରୁ ମଣିପାଲ୍ ହସ୍ପିଟାଲ୍ ମଧ୍ୟ ଓଡିଶାରେ ପ୍ରବେଶ କରିଥିଲା। ବଡ ବଡ କମ୍ପାନୀମାନଙ୍କ ଆଗମନରେ ଏବେ ଭୁବନେଶ୍ବର ହେଲ୍ଥକେୟାର ହବ୍ ଭାବେ ଉଭୁ ହେଉଛି। ଏହି ଡିଲ୍ ପରେ ଚିକିତ୍ସା ଖର୍ଚ୍ଚ ବଢିବ କି କମିବ?ରୋଗୀମାନେ ଅଧିକ ସୁବିଧା ପାଇବେ କି? ଓଡିଶାରେ ପ୍ରାଇଭେଟ୍ ହେଲ୍ଥ ସେକ୍ଟର ଆଉ ଶକ୍ତିଶାଳୀ ହେବ କି?
ଚର୍ଚ୍ଚା news












