-byମଣ୍ଟୁମନ୍ତ୍ରା
Dt- 11. 4 . 2026 ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଐତିହାସିକ ତଥା ଇତିହାସ ଭିତ୍ତିକ ଗାଁ କୋଟସମଲାଇ ରଘୁନାଥ ମନ୍ଦିର ପ୍ରାଗଣରେ ୧୮ଦିନ ଧରି ମହାସମାରୋହରେ ୭୫ବର୍ଷ ପ୍ଳାଟିନମ ଜୁବଲି ରାମଲୀଳା ଉତ୍ସବ ଅନୁଷ୍ଠିତ ହେଉଅଛି।ଶ୍ରୀ ରଘୁନାଥ ନାଟ୍ୟ କଳାପରିଷଦ କୋଟସମଲାଇ ବାହାରିପଡା ର ଚଳିତ ବର୍ଷ ୭୫ବର୍ଷ ପ୍ଳାଟିନମ ଜୁବଲିରେ ପଦାର୍ପଣ କରିଛି। ଏହି ରାମଲୀଳା ଉତ୍ସବ ନିରବଚ୍ଛିନ୍ନ ଭାବେ ୭୫ବର୍ଷ ପାଳନ ହେଲାଣି।ରାମଲୀଳା ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀରାମ ଯଜ୍ଞ।ପ୍ରଥମେ ମନ୍ଦିରରୁ ନାଟ ମଣ୍ଡପକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର,ମାତା ସୀତା, ଲକ୍ଷ୍ମଣ, ହନୁମାନଙ୍କୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ପୂଜକ ଭାବେ ସରୋଜ ପୂଜାହାରୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି।ବ୍ରତଧାରୀମାନେ ନିଷ୍ଠାର ସହିତ କରୁଥିବା ବେଳେ ସନ୍ଧ୍ୟାରେ ଆଳତୀ ଲଗାଇ ସାରିଲା ପରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଥାଏ। ଶ୍ରୀରାମ ଜନ୍ମ,ଧନୁ ଭଗ୍ନ,ସୀତା ବିବାହ,ରାମ ବନବାସ,ଭରତ ମିଳନ,ସୂର୍ପଣଖା ନାଶା ଛେଦନ,ସୀତା ଚୋରି,ଲଙ୍କା ପୋଡ଼ି,ବିଭିଷଣ ଶରଣ,ରାମ ରାବଣ ପ୍ରଥମ ଯୁଦ୍ଧ, କୁମ୍ଭକର୍ଣ୍ଣ ବଧ ଭଳି ମହାନ ପୈରାଣିକ ନାଟକ ମଞ୍ଚସ୍ଥ ହେଉଛି।ଗତ ରଜନୀରେ କୁମ୍ଭକର୍ଣ୍ଣ ବଧ ମଞ୍ଚସ୍ଥ ହୋଇଥିଲା।ଶ୍ରୀରାମ ଭୂମିକାରେ ବୁଦ୍ଧଦେବ ମେଣ୍ଡିଲି, ଲକ୍ଷ୍ମଣ ଅନାଦି ବସ୍ତିଆ, ହନୁମାନ ଲକ୍ଷିନ୍ଦ୍ର ବସ୍ତିଆ/ଶରଦ କର୍ଣ୍ଣ,ବିଭିଷଣ ନରେନ୍ଦ୍ର ବାଘ,ସୁଗ୍ରୀବ କିଶୋର ପଧାନ,ଅଙ୍ଗଦ ରାମଗୋପାଳ ସେଠୀ, କୁମ୍ଭକର୍ଣ୍ଣ ସୁବାଷବନଛୋର,ରାବଣ ଦିଗାମ୍ବର ଚୈଧୁରୀ,ଇନ୍ଦ୍ରଜିତ ଚକ୍ରପାଣି ମେଣ୍ଡିଲିଙ୍କ ଅଭିନୟ ଉଚ୍ଚକୋଟିର ଥିଲା। ବାଦ୍ୟଯନ୍ତ୍ରରେ ଜାନକୀରାମ ଦେହେରୀ, ମନୋରଞ୍ଜନ ପାଢୀ, ପୂର୍ଣ୍ଣଚନ୍ଦ୍ର ପାଢୀ,ପଞ୍ଚାନନ ମନ୍ତ୍ରା,ଚମରା ସେଠୀ ସହଯୋଗ କରିଥିଲେ।
ଚର୍ଚ୍ଚା NEWS












