Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Saturday, April 11
    Facebook X (Twitter) YouTube Instagram
    Trending
    • ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;
    • ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::
    • ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ
    • ଛେନା ପୋଡ…
    • ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;
    • ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;
    • ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :
    • ଜାଣନ୍ତୁ ଆଜିର ରାଶିଫଳ :;
    • ତେଲେଙ୍ଗାନାର ହାଇଦ୍ରାବାଦଠାରେ ଅନୁଷ୍ଠିତ :;
    • ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲେ ସାଂସଦ ଅପରାଜିତା ::
    • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟବ୍ୟାପୀ ପାଳନ ହେଉଛି ‘ଓଡ଼ିଆ ପକ୍ଷ’।
    • ଦାୟିତ୍ୱରୁ ଅବସର ଗ୍ରହଣ କଲେ ବହୁ ପ୍ରଶଂସିତ ଶିକ୍ଷକ ସୋମନାଥ ସିଂ :;
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ ::
    • ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଅର୍ଥନୀତି»କୋଲ୍‌ ଗ୍ୟାସିଫିକେସନ୍‌: ୨ ବର୍ଷରେ ଲଖନପୁର ପ୍ରକଳ୍ପ, ଗ୍ୟାସ୍‌ରେ ଆତ୍ମନିର୍ଭରଶୀଳ ହେବ ଭାରତ ::

    କୋଲ୍‌ ଗ୍ୟାସିଫିକେସନ୍‌: ୨ ବର୍ଷରେ ଲଖନପୁର ପ୍ରକଳ୍ପ, ଗ୍ୟାସ୍‌ରେ ଆତ୍ମନିର୍ଭରଶୀଳ ହେବ ଭାରତ ::

    By Charcha NewsApril 6, 2026
    Share
    Facebook Twitter Email WhatsApp

    ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ସାମନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ତେଲ ଓ ଗ୍ୟାସ୍‌ ଯୋଗାଣ। ଏହି ଗମ୍ଭୀର ସମୟରେ ଭାରତ ସରକାର ଏକ ବଡ଼ ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଗ୍ୟାସ୍‌ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।

    BY-SUBHASMITA-DT-6.4.2026

    ଭୁବନେଶ୍ବର:DT-6.4.2026:: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ସାମନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ତେଲ ଓ ଗ୍ୟାସ୍‌ ଯୋଗାଣ। ଏହି ଗମ୍ଭୀର ସମୟରେ ଭାରତ ସରକାର ଏକ ବଡ଼ ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଗ୍ୟାସ୍‌ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ। ତାହା ହେଉଛି ଝାରସୁଗୁଡ଼ାର ଲଖନପୁରରେ ସ୍ଥାପନ ହେବାକୁ ଯାଉଥିବା କୋଲ୍‌ ଗ୍ୟାସିଫିକେସନ ପ୍ରକଳ୍ପ। ଏଥିପାଇଁ ନିକଟରେ ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଓ ଭାରତ କୋଲ୍‌ ଗ୍ୟାସିଫିକେସନ ଆଣ୍ଡ୍‌ କେମିକାଲ୍ସ ଲିମିଟେଡ୍‌ (ବିସିଜିସିଏଲ୍‌) ମଧ୍ୟରେ ଜମି ଲିଜ୍‌ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଆସନ୍ତା ଦୁଇ ବର୍ଷରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ପଚିଶ ହଜାର କୋଟି ଟଙ୍କା ନିବେଶରେ ସ୍ଥାପନ କରାଯାଉଥିବା ଏହି ପ୍ରକଳ୍ପରୁ ଆମୋନିୟମ ନାଇଟ୍ରେଟଟ୍ ଉତ୍ପାଦନ କରାଯିବ। କୋଲ୍‌ ଗ୍ୟାସିଫିକେସନକୁ ନେଇ ଭାରତ ସରକାର ଏକ ବଡ଼ ଲକ୍ଷ୍ୟ ରଖି ୨୦୨୦ରେ ଜାତୀୟ କୋଲ୍‌ ଗ୍ୟାସିଫିକେସନ ମିସନ ଘୋଷଣା କରିଥିଲେ।

    ଲକ୍ଷ୍ୟ ଥିଲା ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ର କ୍ଷମତା ବିକାଶ କରିବା। ଏହି ସମୟ ସୀମା ପାଖେଇ ଆସୁଥିବା ବେଳେ ଏକ୍ଷେତ୍ରରେ କୌଣସି ବିଶେ‌ଷ ଅଗ୍ରଗତି ହୋଇନାହିଁ। କେବଳ ଜିନ୍ଦଲ ଷ୍ଟିଲ୍‌ ପକ୍ଷରୁ ଅନୁଗୁଳରେ ଏକ କୋଲ୍‌ ଗ୍ୟାସିଫିକେସନ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହାପରେ ଲଖନପୁର ପ୍ରକଳ୍ପ ହେବ ଦ୍ବିତୀୟ ପ୍ରକଳ୍ପ। ତେବେ ଏପର୍ଯ୍ୟନ୍ତ ଭାରତ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ୨ ପ୍ରତିଶତ ବି ହାସଲ କରି ନ ପାରିବା ଚିନ୍ତାର ବିଷୟ। 

    କୋଲ୍‌ ଗ୍ୟାସିଫିକେସନ ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ କୋଇଲାକୁ ନ ଜାଳି ସେଥିରୁ ବିଭିନ୍ନ ଗ୍ୟାସ୍‌ ବାହାର କରାଯାଇଥାଏ। ଅକ୍ସିଜେନ ଓ ବାଷ୍ପକୁ ବ୍ୟବହାର କରି ସେଥିରୁ ସିନ୍‌ଗ୍ୟାସ୍‌ ନାମକ ଇନ୍ଧନ ଗ୍ୟାସ୍‌ ବାହାର କରାଯାଏ। ସେହି ଗ୍ୟାସ୍‌ ହିଁ ସାର ପାଇଁ ଆମୋନିଆ, ଡିଜେଲ ପାଇଁ ସିନ୍ଥେସିସ୍‌ ଭଳି ଉତ୍ପାଦର ଆଧାର ଭାବେ କାର୍ଯ୍ୟ କରିଥାଏ। ଏଥିରୁ ମିଥାନଲ ଓ ଡାଇମିଥାଇଲ୍‌ ଇଥର ମଧ୍ୟ ବାହାର କରାଯାଏ ଯାହାକୁ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି) ଉତ୍ପାଦନରେ ବ୍ୟବହାର କରାଯାଇଥାଏ। ଏଥିରେ ଏତେ ସୁଯୋଗ ଥିଲେ ମଧ୍ୟ ଏହି କ୍ଷେତ୍ରର ପ୍ରକଳ୍ପକୁ ବିଶେଷ ଧ୍ୟାନ ଦିଆଯାଉନଥିଲା। ମଧ୍ୟପ୍ରାଚ୍ୟ ଯୁଦ୍ଧ କିନ୍ତୁ ଏଭଳି ପ୍ରକଳ୍ପର ଜାତୀୟ ଆବଶ୍ୟକତା କଣ ତାହା ଜଣାଇଦେଇଛି। ଭାରତରେ ବିପୁଳ ପରିମାଣର କୋଇଲା ଗଚ୍ଛିତ ରହିଛି। କିନ୍ତୁ କୋଲ୍‌ ଗ୍ୟାସିଫିକେସନ କ୍ଷେତ୍ରରେ ଏହା ପଡ଼ୋଶୀ ଦେଶ ଚୀନ୍‌ଠାରୁ ବହୁତ ପଛରେ ରହିଛି। ଚୀନ୍‌ ଏହାର ୬୦ ପ୍ରତିଶତ ମିଥାନଲ ଏଭଳି ପ୍ରକଳ୍ପ ଜରିଆରେ ଉତ୍ପାଦନ କରୁଛି। ତେଣୁ ତାହାକୁ ଆଉ ସେହି ଗ୍ୟାସ୍‌ ଆମଦାନି କରିବାକୁ ପଡ଼ୁନାହିଁ। ଭାରତ କିନ୍ତୁ ଏହାର ୯୦ ପ୍ରତିଶତ ମିଥାନଲ ଏବେବି ଆମଦାନି କରୁଛି। ଜାତୀୟ କୋଲ୍‌ ଗ୍ୟାସିଫିକେସନ ମିସନ ପ୍ରତି ଧ୍ୟାନ ଦିଆଯାଇଥିଲେ ଭାରତ ମଧ୍ୟ ଏକ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    କଳିଙ୍ଗ ହସ୍ପିଟାଲ୍‌କୁ କିଣିବ ମ୍ୟାକ୍ସ ହେଲ୍‌ଥକେୟାର ଓଡିଶା ହେଲ୍ଥ ସେକ୍ଟରରେ ବଡ ପରିବର୍ତ୍ତନ !

    April 10, 2026 ଅର୍ଥନୀତି
    Watch YouTube

    You May Like

    ୪ଟି ବାମପନ୍ଥୀ ଦଳର ରାଜ୍ୟ ନେତୃବୃନ୍ଦ ସିଜିମାଳି ଅଞ୍ଚଳର ପରିସ୍ଥିତି କଲେ ଅନୁଧ୍ୟାନ :;

    April 11, 2026

    ଲୋକକଳା ପାଇଁ ଦିନଟିଏ କଳାକାରମାନଙ୍କୁ ସମ୍ମାନ ପ୍ରଦାନ ::

    April 11, 2026

    ସାଲିଆସାହି ଅଶାନ୍ତ : ଭାଇ ବନିଲା ଭାଇର ଶତ୍ରୁ

    April 11, 2026

    ଛେନା ପୋଡ…

    April 11, 2026

    ଲୋକକଳା ପାଇଁ ଦିନଟିଏ: କଳାକାରମାନଙ୍କୁ ସମ୍ମାନ ପ୍ରଦାନ :;

    April 11, 2026

    ହୋମିଓପଥିକ ପ୍ରାକ୍ଟିସନରସ ଆସୋସିଏସନର ୧୧ତମ ବାର୍ଷିକ ଉତ୍ସବ :;

    April 11, 2026

    ସିଜିମାଳି ଖଣିଖନନ ପାଇଁ ରାସ୍ତା ନିର୍ମାଣକୁ ନେଇ ରାୟଗଡା ପ୍ରଶାସନ ଓ ଖଣି ପ୍ରଭାବିତ ଙ୍କ ମଧ୍ୟରେ ଉତ୍ତେଜନା :

    April 11, 2026

    ଜାଣନ୍ତୁ ଆଜିର ରାଶିଫଳ :;

    April 11, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.