କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍ ଗୋଦାମ । ବେଆଇନ ଭାବେ ଗ୍ୟାସ୍ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି ।
ଭୁବନେଶ୍ଵର:DT-8.4.2026 : ଗ୍ୟାସ୍ କଳାବଜାରୀ ଉପରେ ବଡ଼ ରେଡ୍ । କାଠଗୋଲା ଭିତରୁ ମିଳିଲା ବିପୁଳ ଗ୍ୟାସ୍ ଟାଙ୍କି । ସାମନ୍ତରାପୁର ଛକ ନିକଟରୁ ଠାବ ହେଲା ଗ୍ୟାସ୍ ଗୋଦାମ । ବେଆଇନ ଭାବେ ଗ୍ୟାସ୍ କଳାବଜାରୀ ଖବର ପାଇ ଜିଲ୍ଲା ଯୋଗାଣ ବିଭାଗର ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିନା ଲାଇସେନ୍ସରେ ଗ୍ୟାସ ମହଜୁଦ ଥିବା ଠାବ । ଗ୍ୟାସ୍ ଟାଙ୍କି ସିଲିଣ୍ଡର ଜବତ କଲେ ଯୋଗାଣ ଅଧିକାରୀ । ସେଠାରୁ ୫ଲିଟରିଆ , ୧୨ଲିଟରିଆ, ୧୪ଲିଟରିଆ ଗ୍ୟାସ ଟାଙ୍କି ଠାବ ହୋଇଛି ।
ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏସବୁ ଗ୍ୟାସ କଳାବଜାରୀ କରାଯାଉଥିଲା। ବିନା ଅନୁମତିରେ ବିପଦପୂର୍ଣ୍ଣ ଭାବେ କାଠଗୋଲା ଭିତରେ ଗ୍ୟାସ ମହଜୁଦ ରଖାଯାଉଥିଲା । ବିନା ନମ୍ବର ପ୍ଲେଟ୍ ଗାଡିରେ ଗ୍ୟାସ୍ ଚାଲାଣ ହେଉଥିଲା । ଯାହାର ଖବର ପାଇ ଚଢ଼ାଉ ପରେ ଏସବୁ ଗ୍ୟାସ ଟାଙ୍କି ଜବତ କରାଯାଇଛି । ଏନେଇ କାର୍ଯାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ମାଆ କୋଳରୁ ଚୋରି ହୋଇଗଲା ୪ ମାସର ପୁଅ ; ନିଜ ଛୁଆକୁ ଖୋଜିବାକୁ ଗୁହାରି କଲେ ବାପା ମାଆ
ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଘରୋଇ ରନ୍ଧନ ଗ୍ୟାସର ଅଭାବର ଖବର । ଜଗତସିଂହପୁରରେ ସିଲିଣ୍ଡର ଅଭାବରୁ ଗ୍ୟାସ୍ ଡିପୋରେ ଲୋକମାନେ ରାତିରୁ ଲାଇନରେ ଠିଆ ହୋଇ ରହିଛନ୍ତି । ଗ୍ୟାସ ଟାଙ୍କି ଧରି ଖରା କାକରରେ ଲୋକେ ଧାଡିରେ ଅପେକ୍ଷା କରୁଥିଲେ ବି ଯେତିକି ଗ୍ୟାସ ଆସୁଛି ତାହା ସମୁଦ୍ରକୁ ଶଙ୍ଖେ ପରି ହେଉଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଚର୍ଚ୍ଚା NEWS












