ମେ ୩୧ ଶୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ ହେବାପାଇଁ ଦେଲେ ନିର୍ଦେଶ
ଆଜି ସଖାଳ ୧୦ଟା ସମୟ ରେ ବାରବାଟୀ ଫୂଡ଼ କୋର୍ଟ ର ସମୀକ୍ଷା କରିଥିଲେ ମେୟର ଶ୍ରୀ ସୁବାଷ ସିଂ, କମିସନର ସୁଶ୍ରୀ କିରଣଦୀପ କୌର ସହୋତା । ଆଜି ସଖାଳେ ଶ୍ରୀ ସିଂ ଘଟଣାସ୍ଥଳ ପରିଦର୍ଶନ କରି ଦୁଇବର୍ଷ ତଳେ ମହାନଗର ନିଗମ ପକ୍ଷରୁ ୬କୋଟି ୬୬ଲକ୍ଷ ଟଙ୍କା ବିନିଯୋଗ ରେ ହେଉଥିବା କାର୍ଯ୍ୟ ର ତଦାରଖ କରିଥିଲେ ଯାହା ଟୋଟାଲ ସାଇଟ ଜାଗା ୫୦୦୦ ବର୍ଗ ମିଟର ଭିତରେ ଏକ ବଡ ପରିକଳ୍ପନା କରାଯାଇ ବାରବାଟୀ ଫୂଡ଼ କୋର୍ଟ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଯେଉଁଥିରେ ୮୮ଟି ଦୋକାନ ଘର ରହିବାର ବ୍ୟବସ୍ଥା ଅଛି । ପ୍ରଥମ ପର୍ଯ୍ୟାୟ ରେ ୪୫ଟି ଦିକନା ଘର ଲଟେରୀ ଯୋଗେ ବଣ୍ଟନ କରାଯାଇ ଅଛି ଏବଂ ଗତ ଏପ୍ରିଲ ୪ତାରିଖ ରୁ ଏପ୍ରିଲ ୨୪ ତାରିଖ ପର୍ଯ୍ୟନ୍ତ ଅନଲାଇନ ଆବେଦନ ପକ୍ରିୟା ଚାଲିଛି ଯେଉଁଥିରେ ଦୋକାନୀ ଭାଇ ମାନେ ଆବେଦନ କଲାପରେ ସର୍ତ୍ତ ପୁରାଣ କରିଥିବା ଆବେଦନ କରି ଙ୍କୁ ୩୮ଟି ଘର ପ୍ରଦାନ କରାଯିବ ।ଏହି କାର୍ଯ୍ୟ ମେ ୩୧ ଶୁଦ୍ଧା ଶେଷ ହେବ ବୋଲି ମେୟର ପ୍ରତିଶୃତି ଦେଇଛନ୍ତି । ଏହି ପ୍ରକଳ୍ପ ଟିର ଚାରିପଟ ଲୁହାବାଡ଼ ଦିଆଯାଇ ଗୋଟିଏ ପ୍ରବେଶ ପଥ ରହିଛି , ଦୋକାନୀ ଭାଇ ମାନେ ତାଙ୍କ ଜିନିଷପତ୍ର କିପରି ସହଜ ରେ ନେବାଆଣିବା କରିପାରିବେ ଏହାର ବ୍ୟବସ୍ଥା କରାଯାଇଛି । ସୌନ୍ଦର୍ଯ୍ୟିକାରଣ ନିମନ୍ତେ ବିଭିନ୍ନ ପ୍ରକଟ ବୃକ୍ଷରୋପଣ କରାଯାଇଅଛି । ଏଠାରେ ୨ଟି ଆଧୁନିକ ଶୌଚାଳୟ ସହିତ ହାତ ଧୋଇବା ପାଇଁ ସ୍ଥାନ, ପାନୀୟ ଜଳ ର ବ୍ୟବସ୍ଥା ମଧ୍ୟ କରାଯାଇଅଛି । ଏଠାରେ ଏକାଥରେ ୨୦୦ଜଣ ଲୋକ ବସି ଖାଦ୍ୟ ଖାଇପାରିବେ ଏବଂ ଏଠାରେ ଥିବା ପର୍କିଙ୍ଗ ଜାଗା ରେ ୫୦ରୁ ଉର୍ଦ୍ଧ କାର ଏବଂ ବାଇକ୍ ରହିପାରିବା ର ବ୍ୟବସ୍ଥା କରାଯାଇଅଛି । ଆଗାମୀ ଦିନ ରେ ମହାନଦୀ ରିଭର୍ ଫ୍ରଣ୍ଟ ନାମ ରେ ୨୧୦କୋଟି ଟଙ୍କା ର ଏକ ବଡ ପ୍ରକଳ୍ପ ର ଟେଣ୍ଡର ପକ୍ରିୟା ଆରମ୍ଭ ହେଇଛି , ଯାହା ପୂର୍ଣ୍ଣାଙ୍ଗ ହେଲେ ପ୍ରତିଦିନ କଟକ ବାହାରୁ ୨୦୦୦୦ ଲୋକ ଏହି ଜାଗା କୁ ପରିଦର୍ଶନ ପାଇଁ ଆସିବେ ଏବଂ ଏହି ବାରବାଟୀ ଫୂଡ଼ କୋର୍ଟ ରେ ଲୋକ ମାନଙ୍କ ଆଗମନ ବଢିବ । ଏହି ଫୂଡ଼ କୋର୍ଟ ରେ ବିଭିନ୍ନ ପ୍ରକଟ ଖାଦ୍ୟ ପେୟ କୁ ସୁଯୋଗ ଦିଆଯାଇପାରିବ ସେହି ଉଦେଶ୍ୟ ରଖି ୨ବର୍ଷ ହେଲା ଏହି ପ୍ରକଳ୍ପ ତୀର ନିର୍ମାଣ ଚାଲିଛି । କଟକ ମହାନଗର ନିଗମ ଏହାକୁ ଉର୍ନତ ମାନର କରିବା ପାଇଁ ସମସ୍ଥ ପ୍ରୟାଶ କରିଛି ଏବଂ ଏହା ପୂର୍ଣ୍ଣାଙ୍ଗ ହେଲେ ପାଖାପାଖି ୮କୋଟି ଟଙ୍କା ର ବେୟବରାଦ ରହିବ ।
ଆଜି ଏହି ସମୀକ୍ଷା ବୈଠକ ରେ ମେୟର ଶ୍ରୀ ସିଂ ଙ୍କ ସହ ସିଏମସି କମିସନର, ଷ୍ଟାଣ୍ଡିଙ୍ଗ କମିଟି ଚେୟାରମ୍ୟାନ ପ୍ରଳୟା ବେହେରା, ସ୍ଥାନୀୟ କାର୍ପରେଟର ଲକ୍ଷ୍ମୀପ୍ରିୟା ବେହେରା, ବସନ୍ତ ବେହେରା, ସ୍ଥାନୀୟ ଶେଖବଜାର ପୂଜା କମିଟି ର ସମ୍ପାଦକ ଶ୍ରୀ କିଶୋର ବେହେରା, ଡେପୁଟି କମିସନର ସୁଶ୍ରୀ ସ୍ୱାତୀ ମିଶ୍ର, ବିଭାଗୀୟ ଇଂଜିନିୟର ସୁବାଷ ବେହରା, ଦିଲ୍ଲୀପ ସ୍ୱାଇଁ, ସମେତ ବହୁ ଅଧିକାରୀ ଏବଂ ଏହି ପ୍ରକଳ୍ପ ନେଇଥିବା ସଂସ୍ଥା, ସେହି ଅଂଚଳ ର ସମସ୍ଥ ଦୋକାନୀ ଭାଇ ମାନେ ଉପସ୍ଥିତ ଥିଲେ । ଯେଉଁ ଦୋକାନୀ ମାନେ ଏହି ସୁଯୋଗ ପାଇଛନ୍ତି କିମ୍ବା ପାଇବା ର ଅପେକ୍ଷା ରେ ଅଛନ୍ତି ସେମାନେ ଉପଠିତ ଥିଲେ ଏବଂ ୨ଜଣ ବଂଚିତ ଥିବା ଦୋକାନୀ ସେମାନଙ୍କ କଥା ପ୍ରକାଶ କରିଥିଲେ ଏବଂ ସେମାନଙ୍କ ତଥ୍ୟ କୁ ବିଚାର କରାଯିବ ବୋଲି ପ୍ରତିଶୃତି ପାଇଛନ୍ତି ।
ଚର୍ଚ୍ଚା news












