ଆପ୍ ଏବଂ ଏହାର ପ୍ରମୁଖ ନେତାଙ୍କ ପ୍ରସଙ୍ଗରେ ରାଘବଙ୍କ ନିରବତା ଯୋଗୁଁ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କଥା କୁହାଯାଇଛି ।
BY-SUBHASMITA -DT-2.4.2026
DT-2.4.2026 :: ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରେ ଏହାର ଉପନେତା ପଦରୁ ହଟେଇ ଦେଇଛି। ରାଘବ ୨୦୨୩ ମସିହାରୁ ଏହି ପଦବିରେ ଥିଲେ। ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଆପ୍ ଦଳ ଉପନେତା କରିଛି। ରାଜ୍ୟସଭା ସଚିବାଳୟକୁ ଆଧିକାରିକ ଭାବେ ଦଳ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଆପ୍ର ଏହି ପଦକ୍ଷେପ ପରେ ଦଳରେ ଫାଟ ନେଇ ଗୁଞ୍ଜରଣ ସୃଷ୍ଟି ହୋଇଛି। ମିତ୍ତଲ କହିଛନ୍ତି, ସମସ୍ତଙ୍କୁ ସୁଯୋଗ ମିଳିବା କଥା ବୋଲି ଦଳ ଅନୁଭବ କରି ଏହି ପଦକ୍ଷେପ ନେଇଛି। ତେବେ ଆପ୍ ଏବଂ ଏହାର ପ୍ରମୁଖ ନେତାଙ୍କ ପ୍ରସଙ୍ଗରେ ରାଘବଙ୍କ ନିରବତା ଯୋଗୁଁ ଦଳ ପକ୍ଷରୁ ତାଙ୍କ ବିରୋଧରେ ଏହି କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ଗିରଫଦାରୀ ସମୟରେ ରାଘବ ଆଖିରେ ଅସ୍ତ୍ରୋପଚାର ଆଳରେ ଲଣ୍ଡନ ଯାଇଥିଲେ ଓ ଏହି ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ରଖିନଥିଲେ। ଏହାକୁ ନେଇ ସେତେବେଳେ ବିବାଦ ଦେଖାଯାଇଥିଲା। କୋର୍ଟ ନିକଟରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କୁ ଦୋଷମୁକ୍ତ କରିଥିଲେ ମଧ୍ୟ ରାଘବ କୌଣସି ପ୍ରତିକ୍ରିୟା ରଖି ନଥିଲେ। ଆପ୍ର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ୟ୍ୟକ୍ରମରେ ୩୭-ବର୍ଷୀୟ ରାଘବ ଚଢ଼ା ଉପସ୍ଥିତ ନଥାନ୍ତି। ପେସାରେ ଜଣେ ଆକାଉଣ୍ଟାଟ ରାଘବ ୨୦୧୨ରେ ଆପ୍ ପ୍ରତିଷ୍ଠା ହେବା ପରଠାରୁ ଦଳରେ ଅଛନ୍ତି। ରାଘବ ବର୍ତ୍ତମାନ ପଞ୍ଜାବରେ ଦଳର ସହ ପ୍ରଭାରୀ ଅଛନ୍ତି।
ଚର୍ଚ୍ଚା news












