Close Menu
Charcha News
    Read More
    • About Us
    • Career
    • Contact Us
    • Home
    • News Ticker
    • Privacy Policy
    Facebook X (Twitter) Instagram
    Thursday, April 9
    Facebook X (Twitter) YouTube Instagram
    Trending
    • ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::
    • PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::
    • ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;
    • ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;
    • ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::
    • କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::
    • ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :
    • ରାଜ୍ୟ ପୋଲିସ ମୁଖ୍ୟାଳୟ :;
    • ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:
    • ଜାଣନ୍ତୁ ଆଜିର ରାଶିଫଳ :;
    • ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ
    • ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।
    • ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;
    • ୭ ବର୍ଷ ପରେ ଭାରତ ଆସୁଛି ଇରାନରୁ ତେଲ ::
    Charcha News
    • ଆଜିର ଖବର
      • ଦେଶ ବିଦେଶ
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
      • ଅନ୍ୟାନ୍ୟ
    Charcha News
    WhatsApp
    • ଆଜିର ଖବର
    • ରାଜନୀତି
    • ଅପରାଧ
    • ମନୋରଞ୍ଜନ
    • ଖେଳ
    • ଜୀବନଚର୍ଯ୍ୟା
    • ଧର୍ମ
    Home»ଆଜିର ଖବର»ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ::

    ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ::

    By Charcha NewsApril 8, 2026
    Share
    Facebook Twitter Email WhatsApp

    ଆମେ ଜାଣିବା, ଆମ ବଜେଟ’ କାର୍ଯ୍ୟକ୍ରମ ଲୋକାଭିମୁଖୀ ଓ ପାରଦର୍ଶୀ ଶାସନର ନୂତନ ପରିଚୟ: ମୁଖ୍ୟମନ୍ତ୍ରୀ

    “ଆମେ ଜାଣିବା, ଆମ ବଜେଟ” ଅଭିଯାନ: ୧–୧୪ ଏପ୍ରିଲ ମଧ୍ୟରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ

    ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଆମ ସମୃଦ୍ଧ ଓଡ଼ିଶା ଭିଜନର ଲକ୍ଷ୍ୟ ହାସଲ ନିମନ୍ତେ ଏକ ସୁଦୃଢ଼

    ମୂଳଦୂଆ ସାବ୍ୟସ୍ତ ହେବ

    ଚଳିତ ବର୍ଷର ବଜେଟ ଅଟକଳ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ

    ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଓଡ଼ିଆ ମାନଙ୍କ ପାଖରେ ଅଛି

    ଏହି ବଜେଟ୍ ଓଡ଼ିଶାକୁ ପୂର୍ବଭାରତର ଏକ ପ୍ରମୂଖ ଲଜିଷ୍ଟିକ୍ ଏବଂ ଯୋଗାଯୋଗ ହବ୍‌ ଭାବରେ ଗଢ଼ି ତୋଳିବା ପାଇଁ ଏକ ବୈପ୍ଲବିକ ରୋଡମ୍ୟାପ ପ୍ରସ୍ତୁତ କରିଛି- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର ::ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟ ସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ’ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

    ଲୋକସେବା ଭବନ କନଭେନ୍‌ସନ୍ ସେଣ୍ଟରରେ ଆୟୋଜିତ ଏହି କର୍ମଶାଳାରେ ସେ କହିଥିଲେ ଯେ, ଦେଶର ଭିଜନ୍ ସହିତ ତାଳ ମିଳାଇ ଆମ ସରକାର ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ଜୀବନଧାରଣର ମାନରେ ଉନ୍ନତି ଆଣିବା, ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ ହ୍ରାସ କରିବା, ମହିଳା ଶ୍ରମିକଙ୍କ ଅଂଶଗ୍ରହଣକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା, ହାରାହାରି ଆୟୁଷକୁ ୮୦ ବର୍ଷରୁ ଅଧିକ କରିବା ଏବଂ ରକ୍ତହୀନତା ଓ ଅପପୁଷ୍ଟିକୁ ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛି ।

    ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ରାଜ୍ୟର ଦୀର୍ଘମିଆଦୀ ଭିଜନ୍‌ ସହ ସମନ୍ୱିତ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନର ମୂଳ ଭିତ୍ତିକୁ ସୁଦୃଢ଼ କରିବ । ଚଳିତ ବଜେଟ୍‌ରେ କାର୍ଯ୍ୟକ୍ରମ ଓ ଯୋଜନା ମିଶି ୩୧ଟି ନୂଆ ପଦକ୍ଷେପ ନିଆଯାଇଛି । ଏହି ବଜେଟ୍‌ରେ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ପୁଞ୍ଜି ବ୍ୟୟକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚଳିତ ବର୍ଷର ବଜେଟ, ବିଗତ ବର୍ଷର ବଜେଟ ଅଟକଳ ଠାରୁ ୭ ପ୍ରତିଶତ ଅଧିକ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଆମେରିକୀୟ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାରର ଅର୍ଥନୀତିରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ଏହା ଅସମ୍ଭବ ଲାଗୁଥିଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବାର ସାମର୍ଥ୍ୟ ଓଡ଼ିଆ ମାନଙ୍କ ପାଖରେ ଅଛି ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଏହା ନିଶ୍ଚିନ୍ତ ରୂପେ ସମ୍ଭବ ହେବ ।

    ସେ କହିଥିଲେ ଯେ, ଏହି ବଜେଟ୍‌ରେ ଭିତ୍ତିଭୂମି, ଶିଳ୍ପ, ପର୍ଯ୍ୟଟନ, କୃଷି, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଇଛି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର (BCPPER), ଜାତୀୟ ଜଳପଥ-୫, ଏବଂ ବିଭିନ୍ନ ନୂତନ କରିଡର ଓ ପୋର୍ଟ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାକୁ ଏକ ଶକ୍ତିଶାଳୀ ଲଜିଷ୍ଟିକ୍ସ ହବ୍‌ରେ ପରିଣତ କରାଯିବ । ପୁରୀରେ ଶାମୁକା ପ୍ରକଳ୍ପ ଏବଂ ଚିଲିକା ପୁନରୁଦ୍ଧାର ଯୋଜନା ରାଜ୍ୟର ପର୍ଯ୍ୟଟନକୁ ନୂତନ ଦିଗ ଦେବ ବୋଲି ସେ ଉଲ୍ଲେଖ କରିଥିଲେ ।

    ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ବଜେଟ୍‌ରେ ଗ୍ରାମୀଣ ଉନ୍ନୟନ, ରୋଜଗାର ସୃଷ୍ଟି ଓ ଦାଦନ ସମସ୍ୟାର ସମାଧାନ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ମହିଳାଙ୍କ ପାଇଁ ବିଶେଷ ବ୍ୟୟବରାଦ ସହିତ ‘ସୁଭଦ୍ରା’ ଯୋଜନା, ‘ଲକ୍ଷପତି ଦିଦି’ ଏବଂ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ’ ଭଳି ପଦକ୍ଷେପ ନାରୀ ସଶକ୍ତିକରଣକୁ ଆହୁରି ଶକ୍ତିଶାଳୀ କରିବ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂତନ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଓ ICU ସୁବିଧା ସୃଷ୍ଟି ମାଧ୍ୟମରେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯିବ ।

    ସେ କହିଥିଲେ ଯେ, ଆସନ୍ତା ୧ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍ତରରେ “ଆମେ ଜାଣିବା, ଆମ ବଜେଟ” କାର୍ଯ୍ୟକ୍ରମ ଆୟୋଜିତ ହୋଇ ବଜେଟର ବିଭିନ୍ନ ପାର୍ଶ୍ୱକୁ ସରଳ ଭାଷାରେ ଲୋକଙ୍କ ନିକଟକୁ ପହଞ୍ଚାଯିବ । ସେ ଜନସାଧାରଣଙ୍କୁ ଏହି ପ୍ରକ୍ରିୟାରେ ସକ୍ରିୟ ଭାଗ ନେଇ ତାଙ୍କର ମତାମତ ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ । ଶେଷରେ, ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବଜେଟ୍ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧିର ଏକ ଶକ୍ତିଶାଳୀ ପ୍ରତିବିମ୍ବ ଅଟେ ଏବଂ ସମସ୍ତଙ୍କ ସହଯୋଗରେ ଓଡ଼ିଶାକୁ ଦେଶର ଅର୍ଥନୀତିର ଏକ ପ୍ରମୁଖ ଶକ୍ତିକେନ୍ଦ୍ରରେ ପରିଣତ କରାଯିବ ।

    ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇ କହିଥିଲେ ଯେ, ଆମର ଏହି ବଜେଟ୍ ହେଉଛି ନାଗରିକ କୈନ୍ଦ୍ରିକ ବଜେଟ୍ । ସାଧାରଣ ଲୋକଙ୍କୁ ଦୃଷ୍ଟିରେ ରଖି ଆମର ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି । ଏହି ବଜେଟ୍ ସଚେତନତା କର୍ମଶାଳା ଦ୍ୱାରା ସାଧାରଣ ଲୋକଙ୍କ ପାଇଁ ବଜେଟ୍‌ରେ ସ୍ଥାନୀତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସେମାନେ ସଚେତନ ହେବେ ଓ ଏହାର ସୁଫଳ ସେମାନଙ୍କ ପାଖରେ ପହଞ୍ଚିବ ।

    ଏହି କର୍ମଶାଳାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଦେଓ ରଞ୍ଜନ ସିଂହ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ନିମନ୍ତ୍ରିତ ଅତିଥିବୃନ୍ଦ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

    ଚର୍ଚ୍ଚା news

    Share. Facebook Twitter WhatsApp

    Related Posts

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026 ରାଜ୍ୟ

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026 ଆଜିର ଖବର

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026 ଆଜିର ଖବର

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026 ଆଜିର ଖବର

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026 ରାଜ୍ୟ

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026 ଆଜିର ଖବର

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026 ରାଜ୍ୟ

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026 ଆଜିର ଖବର

    ଆରଏସସିଏଲ୍ (RSCL) କାର୍ଯ୍ୟକାରୀ କମିଟିର ବୈଠକ:

    April 9, 2026 ରାଜ୍ୟ

    ଭୁବନେଶ୍ୱର ମେଟ୍ରୋ ରେଳବାଇ ପ୍ରକଳ୍ପର ଅକାଳ ମୃତ୍ୟୁ

    April 8, 2026 ଆଜିର ଖବର

    ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି ।

    April 8, 2026 ଆଜିର ଖବର

    ଗ୍ୟାସ୍‌ କଳାବଜାରୀ ଉପରେ ଧରଣର ଚଢ଼ାଉ ;

    April 8, 2026 ଅପରାଧ
    Watch YouTube

    You May Like

    ବିମାନ ଦୁର୍ଘଟଣାର ଆସିଲା ତଦନ୍ତ ରିପୋର୍ଟ ଇନ୍ଧନ କମିଯିବାରୁ କାମକରି ନଥିଲା ଇଞ୍ଜିନ ::

    April 9, 2026

    PNG: ୨ ବର୍ଷରେ କେବଳ ୨୫ ଶହ ଘରକୁ ପିଏନ୍‌ଜି ସଂଯୋଗ ::

    April 9, 2026

    ବର୍ଜ୍ୟମୁକ୍ତ ଭୁବନେଶ୍ୱର ପାଇଁ ଆବାସିକ ସଂଗଠନର ସହଯୋଗ ଲୋଡିଲା ବିଏମ୍ ସି :;

    April 9, 2026

    ବିଏମ୍ ସିର ଗଳିକନ୍ଦିରୁ ବର୍ଜ୍ୟ ସଂଗ୍ରହ ପାଇଁ ଲୋକାର୍ପିତ ହେଲା ତିନି ଚକିଆ ସଫେଇ ଟ୍ରଲି :;

    April 9, 2026

    ଓଡ଼ିଆ ପକ୍ଷ : ରକ୍ତଦାନ ଅଭିଯାନରେ ୬,୪୪୧ ୟୁନିଟ ରକ୍ତ ସଂଗ୍ରହ ::

    April 9, 2026

    କଟକର ରାମଦାସପୁରରେ ପେଜ୍ ଇଣ୍ଡଷ୍ଟ୍ରିଜ୍‌ର ଆପାରେଲ୍ ୟୁନିଟ୍ ଉଦ୍‌ଘାଟିତ – ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିରେ ନୂଆ ଅଧ୍ୟାୟ ::

    April 9, 2026

    ଉଦଳା ୧୨ ନମ୍ବର ୱାର୍ଡ ରେ ବର୍ଷାରେ ବୁଡିଗଲା ମଟନ-ଚିକେନ ମାର୍କେଟ :

    April 9, 2026

    ରାଜ୍ୟ ପୋଲିସ ମୁଖ୍ୟାଳୟ :;

    April 9, 2026
    Load More
    Facebook X (Twitter) Instagram YouTube
    • About Us
    • Contact Us
    • Career
    © 2025 - Charcha News. All Rights Reserved

    Design by: KC DIGITAL

    Type above and press Enter to search. Press Esc to cancel.