BY--ରବୀନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା : ମୋହନ ଚରଣ ମାଝୀ ଙ୍କ ନୂତନ ସରକାର ଗଠନ ହେଲା ପରେ ଆଜି ସୋମବାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷ ଓ ଉପାଧ୍ୟକ୍ଷ ଙ୍କ ତାଲିକା ଘୋଷଣା କରାଯାଇଛି।ଏହି କ୍ରମରେ ରାୟଗଡ଼ା ଜିଲ୍ଲାର ଅଧକ୍ଷ ହେଲେ ବିଦ୍ୟାଧର ଶବର ଆଉ ଉପାଧ୍ୟକ୍ଷା ହେଲେ ମଞ୍ଜୁଳା ମିନିୟକା ।ଏହି ଦୁଇ ଜଣ ପଦ ପାଇବା ପରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହ ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ନେତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।ଗୁଣପୁର ଠାରେ ରାଷ୍ଟ୍ରୀୟ ସଦସ୍ୟ ୱାଇ ଗଣପତି ରାଓ ଙ୍କ ବାସ ଭବନ ପରିସରରେ ଦଳୀୟ ସଦସ୍ୟ ମାନେ ଉପସ୍ଥିତ ରେ ବିଦ୍ୟାଧର ଶବର ଙ୍କୁ ମିଠା ଖୁଆଇ ଦଳର ଉତ୍ତରୀୟ ସହ ଫୁଲ ମାଲ ଦେଇ ସମ୍ଵର୍ଦ୍ଧିତ କରା ଯାଇଥିଲା ।ପରେ ଏକ ବାଇକ୍ ରଲି ରେ ଯାଇ ଶ୍ରୀ ଗଣେଶ ମନ୍ଦିର ଏବଂ ଗ୍ରାମ ଦେବୀଙ୍କ ମନ୍ଦିର କୁ
ଯାଇ କୃପା ଲାଭ କରିଥିଲେ।ଏହି ପଦ ପାଇବା ପରେ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ବିଦ୍ୟାଧର ଧନ୍ୟବାଦ ଦେବା ସହ ରାୟଗଡା ଜିଲ୍ଲା ସମସ୍ତ ଆଦିବାସୀ ଅଞ୍ଚଳରେ ଉନ୍ନୟନ ମୁଳକ କାର୍ଯ୍ୟ ଗୁଡ଼ିକ ହାତ କୁ ନିଆଯାଇ ଡବଲ ଇଞ୍ଜିନ ସରକାର ଙ୍କ ଜନ ହିତକାରୀ କାର୍ଯ ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିବା ଆମର ଲକ୍ଷ ବୋଲି ବିଦ୍ୟାଧର ଶବର କହିଥିଲେ ।
ଚର୍ଚ୍ଚା news












