କଟକ ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ଆଜି କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାର ବିଭିନ୍ନ ସ୍ଥାନରୁ ଆସିଥିବା ଲୋକକଳା କଳାକାରମାନେ ନିଜ ନିଜ ପାରମ୍ପରିକ ଲୋକକଳା ପ୍ରଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ ଓ ଅତିରିକ୍ତ ଜିଲ୍ଳାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଉପସ୍ଥିତ ରହି କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଲୋକକଳା ହେଉଛି ଆମ ସଂସ୍କୃତି ଓ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ, ଯାହା ଆମ ଐତିହ୍ୟକୁ ଜୀବନ୍ତ ରଖିଥାଏ । । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଲୁପ୍ତପ୍ରାୟ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ସହିତ ନୂତନ ପିଢିଙ୍କ ମଧ୍ୟରେ ଏହାର ପ୍ରଚାର କରାଯାଇପାରୁଛି । ଏଭଳି ପଦକ୍ଷେପ କଳାକାରମାନଙ୍କୁ ମଧ୍ୟ ବେଶ ଉତ୍ସାହିତ କରିଛି । ଜିଲ୍ଳାର ବିଭିନ୍ନ ବ୍ଲକରେ ମଧ୍ୟ ଲୋକକଳା ପାଇଁ ଦିନଟିଏ ପାଳନ କରାଯାଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ଚର୍ଚ୍ଚା NEWS












