ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ଗତ ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ ।
ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମାର୍ଚ୍ଚ ୨୫ ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବାପରେ ଆଜି ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ । ଆଜି ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ତା ପୂର୍ବରୁ ସକାଳ ଧୂପ ସାରିବାକୁ ନିଷ୍ପତ୍ତି ହୋଇଛି । ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ ।
ଚର୍ଚ୍ଚା NEWS












