ରାୟଗଡ଼ା ଜିଲ୍ଲା କାଶୀପୁର ସିଯିମାଳି ଅଞ୍ଚଳରେ ଆଦିବାସୀ ଙ୍କ ଉପରେ ହୋଇଥିବା ଦମନ ଲୀଳା କୁ ବିରୋଧ କରିବା ସହ ଅତି ଶୀଘ୍ର ସମ୍ପୃକ୍ତ ଅଞ୍ଚଳରେ ଶାନ୍ତି ଫେରାଯାଉ ବୋଲି ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ କାଶୀପୁର ଖଣି ଖନନ ଅଞ୍ଚଳରେ ରହିଥିବା ଅଞ୍ଚଳ କୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ସ୍ଥିତି ଅନୁଧ୍ୟାନ କରି ଗୁରୁବାର ଫେରିଛନ୍ତି।ସେ ଦିନ ଯେଉଁ ହିଂସାତ୍ମକ ଘଟଣା ଘଟିଥିଲା ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟଣାକୁ ନେଇ ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି।ଆଦିବାସୀ ଙ୍କ ଜଳ, ଜମି ଓ ଜଙ୍ଗଲ ଉପରେ ଅଧିକାରକୁ ସମ୍ମାନ ଦେଇ ସମସ୍ତ ଉନ୍ନୟନ କାର୍ଯ୍ୟ ହେବା ଉଚିତ ବୋଲି ଦଳ ମତ ପ୍ରକାଶ କରିଛି। ଶାନ୍ତିପୂର୍ଣ୍ଣ ପରିବେଶ ରକ୍ଷା କରି ଲୋକମାନଙ୍କ ମତାମତକୁ ସମ୍ମାନ ଦେଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବାକୁ ଦଳ ଦାବି କରିଛି।ଏଥିସହ ଖଣି ଖନନ ହେବା ପାଇଁ ଏଠାକାର ଆଦିବାସୀ ଙ୍କ ସହ ପୁଣି ଥରେ ବିଚାର କରାଯାଉ ବୋଲି ଏହି ଟିମ୍ ଦାବି କରିଛନ୍ତି।
ଏହି ଗସ୍ତ ସମୟରେ ଆଠଗଡ ବିଧାୟକ ରାଜେନ୍ଦ୍ର ପ୍ରତାପ ସ୍ୱାଇଁ, ଜିଲ୍ଲା ବିଜୁ ଜନତା ଦଳ ସଭାପତି ଜଗନ୍ନାଥ ସାରକା, କୋରାପୁଟ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଝିନ୍ନ ହିକକା, ପୂର୍ବତନ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୟା ମାଝି, ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ, ବିଜେଡି କୋରାପୁଟ ଲୋକସଭା ପ୍ରାର୍ଥୀନୀ କୌଶଲ୍ୟା ହିକୋକା, ଗୁଣୁପୁର ପୁର୍ବତନ ବିଧାୟକ ରଘୁନାଥ ଗମାଙ୍ଗ, ରାଜ୍ଯ ବିଜୁ ଛାତ୍ର ଜନତା ଦଳ କାର୍ଯ୍ୟକାରି ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା,ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ମେଲକା, ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟକାରି ସଭାପତି ପି ଗୌରୀ ଶଙ୍କରରାଓ, କୋଲନରା ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଧବଲେଶ୍ୱର ନାଏଡୁ ଙ୍କ ସମେତ ଅନ୍ୟାନ୍ୟ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ଚର୍ଚ୍ଚା news












