କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ଏଭଳି ଏକ ବଡ଼ଧରଣର ସ୍କାମ୍ ହୋଇଥିବା ବେଳେ ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର ହୋଇଛନ୍ତି । ବୁର୍ଲା ଥାନା ଅର୍ନ୍ତଗତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଖରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ଜଣେ ମହିଳା ଶୁକ୍ରବାର ଗିରଫ ହେବା ପରେ ଏହାର ପର୍ଦ୍ଦାଫାସ ହୋଇଛି ।
BY-SUBHASMITA-27.4.2026
ପଶ୍ଚିମ ଓଡ଼ିଶାର ଅନେକ ଜିଲ୍ଲାରେ ବିଏଡ୍ ପ୍ରମାଣପତ୍ର ନାଁରେ ବଡ଼ ଠକେଇ ଘଟଣା ସମ୍ମୁଖକୁ ଆସିଛି। ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ କରାଇଦେବା ନାଁରେ ଶତାଧିକ ଯୁବକ-ଯୁବତୀଙ୍କୁ ଠକାଯାଇଛି।
ସମ୍ବଲପୁର ଜିଲ୍ଲାର ବୁର୍ଲା ଅଞ୍ଚଳରେ ‘ୱାନ ୱାର୍ଲ୍ଡ ଏକାଡେମୀ’ ନାଁରେ କାର୍ଯ୍ୟାଳୟ ଖୋଲି ଅଭିଯୁକ୍ତମାନେ ଏହି ଠକେଇ ଜାଲ ବୁଣିଥିଲେ। ଚିତ୍ତରଞ୍ଜନ ବାରିକ ଓ ଜଣେ ମହିଳା ସହଯୋଗୀଙ୍କୁ ପୁଲିସ୍ ଗିରଫ କରିବା ପରେ ଘଟଣା ପ୍ରକାଶ ପାଇଛି।
ବିଜ୍ଞାପନ ଦେଇ ଓ ମିଠା କଥା କହି ଆଶାୟୀଙ୍କୁ ଫସାଯାଉଥିଲା। ବିଏଡ୍ କୋର୍ସରେ ଭର୍ତ୍ତି କରାଇବା ଓ ପ୍ରମାଣପତ୍ର ଦେବା ଆଶ୍ୱାସନ ଦେଇ ଲକ୍ଷାଧିକ ଟଙ୍କା ଆଦାୟ କରାଯାଉଥିଲା। କିନ୍ତୁ ପରେ ସାର୍ଟିଫିକେଟ୍ ଦେବା ନାଁରେ ଟାଳମାଟାଳ କରାଯାଉଥିଲା।
ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଓ କେନ୍ଦୁଝର ଭଳି ଜିଲ୍ଲାର ୩୦୦ରୁ ଅଧିକ ଆଶାୟୀ ଏହି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଝାରସୁଗୁଡ଼ାର ଜଣେ ଛାତ୍ରୀ ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ପ୍ରକାଶ ପାଇଛି ଯେ, ଅନେକ ଲୋକ ଟଙ୍କା ଦେଇଥିଲେ ମଧ୍ୟ କୌଣସି ବୈଧ ଭର୍ତ୍ତି କିମ୍ବା ପ୍ରମାଣପତ୍ର ପାଇନାହାନ୍ତିଏହି ଘଟଣା ପରେ ରାଜ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ, ପୁଲିସ୍ ଆଉ ଜଡିତ ଲୋକମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ଚର୍ଚ୍ଚା NEWS












