ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ପୁଲିସ ପକ୍ଷରୁ ହାଜର ହେବା ପାଇଁ ଦିଆଯାଇଥିବା ନୋଟିସର ଜବାବ ରଖି ସେ ଜଣାଇଛନ୍ତି ଯେ, ବର୍ତ୍ତମାନ ସେ ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ଥାନାରେ ଉପସ୍ଥିତ ରହିବା ସମ୍ଭବ ନୁହେଁ।
ରାଜ୍ୟର ପୂର୍ବତନ ପ୍ରଶାସକ ତଥା ବିଜେଡି ନେତା ଭିକେ ପାଣ୍ଡିଆନ କ୍ୟାପିଟାଲ ଥାନାରେ ହାଜର ହୋଇପାରିବେ ନାହିଁ । ଏ ସମ୍ପର୍କରେ ସେ ଇମେଲ୍ ଯୋଗେ କମିସନରେଟ୍ ପୁଲିସକୁ ଅବଗତ କରାଇଛନ୍ତି । ପୁଲିସ ପକ୍ଷରୁ ହାଜର ହେବା ପାଇଁ ଦିଆଯାଇଥିବା ନୋଟିସର ଜବାବ ରଖି ସେ ଜଣାଇଛନ୍ତି ଯେ, ବର୍ତ୍ତମାନ ସେ ବିଦେଶରେ ଥିବାରୁ ବ୍ୟକ୍ତିଗତ ଭାବେ ଥାନାରେ ଉପସ୍ଥିତ ରହିବା ସମ୍ଭବ ନୁହେଁ।
ତେବେ ତଦନ୍ତରେ ସହଯୋଗ କରିବା ପାଇଁ ସେ ଏକ ବିକଳ୍ପ ପ୍ରସ୍ତାବ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କର ବୟାନ ରେକର୍ଡ କରିବାକୁ ସେ ପୋଲିସକୁ ନିବେଦନ କରିଛନ୍ତି। ଯଦି ଭିଡିଓ କନଫରେନ୍ସିଂ ଜରିଆରେ ବୟାନ ନେବା ସମ୍ଭବ ନୁହେଁ, ତେବେ ସେ ବିଦେଶରୁ ଫେରିବା ପରେ ନିଜେ ଥାନାରେ ହାଜର ହୋଇ ପଚରାଉଚରାର ସାମ୍ନା କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏକ ନିର୍ଦ୍ଦିଷ୍ଟ ମାମଲାର ତଦନ୍ତ ପ୍ରକ୍ରିୟାରେ ସାମିଲ ହେବା ପାଇଁ ପୁଲିସ ତାଙ୍କୁ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ଏବେ ପାଣ୍ଡିଆନଙ୍କ ଏହି ଅନୁରୋଧ ଉପରେ କମିସନରେଟ୍ ପୁଲିସ କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଛି। ପୁଲିସ ତାଙ୍କୁ ଭିଡିଓ କନଫରେନ୍ସିଂ ପାଇଁ ଅନୁମତି ଦେଉଛି କିମ୍ବା ସେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରୁଛି, ସେ ନେଇ ଚର୍ଚ୍ଚା ଜୋର ଧରିଛି ।
ଚର୍ଚ୍ଚା news












