କଟକ ଏସ୍ସିବି ମେଡିକାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ପରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ଚିନ୍ତା ବଢ଼ିଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାର କିଭଳି ଅନୁପାଳନ କରାଯିବ ସେଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।
BY-SUBHASMITA-DT-25.4.2026
ଭୁବନେଶ୍ୱର: କଟକର SCB ମେଡିକାଲରେ ନିଆଁ ଲାଗି ରୋଗୀଙ୍କ ମୃତ୍ୟୁ ଘଟଣା ପରେ ସମ୍ପୂର୍ଣ୍ଣ ରାଜ୍ୟର ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଗଭୀର ପ୍ରଶ୍ନ ଉଠିଛି। ଚମତ୍କାରକ ଭାବରେ, ରାଜ୍ୟର ପ୍ରାୟ ୯୦% ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ମଧ୍ୟ ଫାୟାର ସେଫ୍ଟି ସର୍ଟିଫିକେଟ୍ ନାହିଁ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ା, ରାୟଗଡା ଓ କେନ୍ଦ୍ରାପଡା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲା ହସ୍ପିଟାଲ ଏହି ଜରୁରୀ ସର୍ଟିଫିକେଟ୍ ପାଇପାରିନାହାନ୍ତି। ମା’ ଓ ଶିଶୁ ହସ୍ପିଟାଲ (MCH) ମଧ୍ୟରେ ମଧ୍ୟ ଅବସ୍ଥା ଦୟନୀୟକେବଳ ରାୟଗଡାରେ ଏହା ଉପଲବ୍ଧ। କାହିଁକି ମିଳୁନାହିଁ ସର୍ଟିଫିକେଟ୍? ଅପୂର୍ଣ୍ଣ ଭିତ୍ତିଭୂମି ଟାଉନ୍ ପ୍ଲାନିଂ ଓ ବିଲ୍ଡିଂ ପ୍ଲାନ୍ର ଅନୁମୋଦନ ନାହିଁ ମାନବ ସମ୍ବଳର ଅଭାବ ଜମି ରେକର୍ଡ ସମସ୍ୟା ବିଶେଷକରି ଆଦିବାସୀ ଅଞ୍ଚଳରେ ଏହି ସମସ୍ୟା ଅଧିକ ଗମ୍ଭୀର ଭାବେ ଦେଖାଯାଉଛି। ଏହି ଗୁରୁତର ସମସ୍ୟାକୁ ମନେରଖି ସରକାର ଏବେ ତ୍ୱରିତ ପଦକ୍ଷେପ ନେଉଛନ୍ତି 2024-25 ଓ 2025-26 ମଧ୍ୟରେ ପ୍ରାୟ ₹200 କୋଟି ବ୍ୟୟ 700 ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ସୁଧାର2026-27 ପାଇଁ ଅତିରିକ୍ତ ₹45 କୋଟି ବ୍ୟବସ୍ଥା ମେଡିକାଲ କଲେଜ ଥିବା ଜିଲ୍ଲାକୁ ₹2 କୋଟି, ଅନ୍ୟମାନଙ୍କୁ ₹1 କୋଟି ଜିଲ୍ଲାପାଳଙ୍କ ନିରୀକ୍ଷଣରେ ଏହି ଅର୍ଥ ବ୍ୟବହାର ହେବ ଓ ଜରୁରୀ ସମୟରେ ମାତ୍ର ଖର୍ଚ୍ଚ କରାଯିବ। ଚଳିତ ବର୍ଷ ଶେଷ ପୂର୍ବରୁ ସମସ୍ତ ହସ୍ପିଟାଲକୁ ଫାୟାର ସେଫ୍ଟି ସର୍ଟିଫିକେଟ୍ ଦେବାକୁ ସରକାର ଲକ୍ଷ୍ୟ ଧରିଛନ୍ତି ।
ଚର୍ଚ୍ଚା news











