BY-ରାଜୀବ କୁମାର ବେହେରା
ଉଦଳା : ଉଦଳା ଅଞ୍ଚଳରେ ବଢ଼ୁଥିବା ବାଇକ ଚୋରି ଘଟଣା ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି। ସମ୍ପ୍ରତି ଘଟିଥିବା ଏକ ଘଟଣାରେ ଦୁର୍ବୃତ୍ତମାନେ ଚତୁର ଉପାୟରେ ବାଇକ ଚୋରି କରିଥିବା ଜଣାପଡ଼ିଛି। ତେବେ ସିସିଟିଭିରେ କଏଦ ହେଲା ବାଇକ ଚୋରି ଲ ସୂଚନା ଅନୁସାରେ, ଉଦଳା କଲେଜ ରୋଡ଼ ରେ ଥିବା ଏକ ମଦ ଦୋକାନ କୁ ଦୁଇ ଦୁର୍ବୁତ୍ତମାନେ ସ୍ପଷ୍ଟ ଦିବାଲୋକରେ ପ୍ରଥମେ “ମଦ ପିଇବା” ବାହାନାରେ ଆସି ମଦ ପିଇଲେ ଆଉ ବାହାରେ ଥିବା ଏକ ବାଇକ କୁ ସୁଯୋଗ ଦେଖି ଲକ୍ ଭାଙ୍ଗି ଗାଡ଼ି ନେଇ ଫେରାର ହୋଇଯାଇଥିଲେ। ଚୋରୀ ସମୟରେ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ, ଫୁଟେଜ୍ରେ ସନ୍ଦେହଜନକ ବ୍ୟକ୍ତିଙ୍କ ଚାଲି ଚଳନ ସ୍ପଷ୍ଟ ଦେଖାଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି |
ଚର୍ଚ୍ଚା news












