ଭଉଣୀର ଗଳିତ ଶବ ଧରି ପହଞ୍ଚିଲେ ଭାଇ
BY-SUBHASMITA-28.4.2026
ସ୍ବାମପାଟଣା, ତା ୨୭୪ (ପିଏନଏସ) ବ୍ୟାଙ୍କ ସମ୍ମୁଖରେ ଭଉଣୀର ଶବ ରଖ୍ ଟଙ୍କା ମାଗିଲା ଭାଇ। ଏଭଳି ଚାଞ୍ଚଲ୍ୟକର ଘଟଣା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶିରେ ଘଟିଛି । ଯାହା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ବ୍ୟ ର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଡିଆନାଳୀ ଗ୍ରାମର କାଲା ମୁଣ୍ଡା ନାମକ ଜଣେ ବୃଦ୍ଧାଙ୍କ ମଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଏକ ଜମା ଖାତା ଥିଲା। ୨ ମାସ ପୂର୍ବରୁ କାଲା ମୁଣ୍ଡାଙ୍କ ମୃତ୍ୟୁ ଘଟିଥିଲା ବେଳେ ଘର ନିକଟରେ ତାଙ୍କୁ ପୋତି ଦିଆଯାଇଥିଲା। ସାନଭାଇ ଜିତୁ ମୁଣ୍ଡା କାଲା ମୁଣ୍ଡାଙ୍କ ବ୍ୟାଙ୍କ ପାସବୁକ ନେଇ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମଲ୍ଲିପଶି ଶାଖାକୁ ଯାଇ କାଲାଙ୍କ ପାସବୁକର ଥିବା ସମସ୍ତ ଟଙ୍କା ତାଙ୍କୁ ଦେବାକୁ କହିଥିଲେ । ଯାହା ନାମରେ ପାସବୁକ ସିଏ ଆସିଲେ ଟଙ୍କା ଦିଆଯିବ’ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ପରେ ଜିତୁ ଘରକୁ ଆସି କାଲା ମୁଣ୍ଡାଙ୍କ ଗଳିତ ମୃତଦେହ ଖୋଳି ବାହାର କରି ମଲ୍ଲିପଶି ଗ୍ରାମ୍ୟ ବ୍ୟାଙ୍କରେ ପହଞ୍ଚି ଯାହା ନାମରେ ପାସବୁକ ତାକୁ ଆଣିଛି ଟଙ୍କା ଦିଅ ବୋଲି କହିଥିଲେ। ସାଧାରଣ ମଣିଷର ଯନ୍ତ୍ରଣା ବ୍ୟାଙ୍କ ବାରଣ୍ଡାରେ ମୃତଦେହ ଦେଖ୍ ମ୍ୟାନେଜର ପାଟଣା ଥାନାକୁ ଖବର ଦେଇଥିଲେ। ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜିତୁ ମୁଣ୍ଡାକୁ ବୁଝାସୁଝା କରି ଟଙ୍କା ପାଇବା ଲାଗି ସମସ୍ତ କାଗଜପତ୍ର କରାଇଦେବାକୁ ପ୍ରତିଶ୍ରୁତି ଦେବା ପରେ ଜିତୁ ମୁଣ୍ଡା ମୃତଦେହକୁ ପୁନର୍ବାର ପୂର୍ବ ସ୍ଥାନରେ ପୋତି ଦେବାରୁ ଘଟଣାର ଯବନିକା ପଡ଼ିଥିଲା। ଏଥିରେ ସ୍ଥାନୀୟଜନସାଧାରଣ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରି କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ।
ଚର୍ଚ୍ଚା news












