ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ଏବେ ଖାଁ ଖାଁ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ଯରେ ଲକ୍ଷାଧୂକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।
by-subhasmita-dt-18.4.2026
ଅଣ୍ଡା ଦେଲେନି ଫେରିଗଲେ ଅଲିଭରିଡଲେ । ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପକ୍ରିୟାରେ ସାମିଲ ହେଉନାହାଁନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି । ଦୀର୍ଘ ଦୁଇ ମାସ ଧରି ଲକ୍ଷାଧିକ ମାଆ କଇଁଛ କୂଳରେ ଥାଇ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ନହୋଇ ଫେରିଯିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଋଷିକୁଲ୍ୟାରେ ସାମୁହିକ ଅଣ୍ଡାଦାନ ମାର୍ଚ୍ଚ ମାସରୁ ଶେଷ ହୋଇଥିବା ବେଳେ ଗହୀରମଥାରେ କଇଁଛମାନେ ଅଣ୍ଡାଦାନ ନକରି ଫେରିଯିବା ସମସ୍ତଙ୍କୁ ବ୍ୟଥିତ କରିଛି ।
ଅଧିକ ପଢ଼ନ୍ତୁ : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ
୨୦୦୮ ଓ ୨୦୧୪ରେ ଗହୀରମଥାରେ ଗଣଅଣ୍ଡାଦାନ ପକ୍ରିୟା ହୋଇନଥିଲା । ଜଳବାୟୁ ପରିବର୍ତ୍ତନ ଓ ମାର୍ଚ୍ଚ ମାସରେ ବର୍ଷା ପାଗ ଯୋଗୁଁ ଅଲିଭରିଡଲେ କୂଳରେ ଭିଡ଼ ଜମାଇଥିଲେ ମଧ୍ୟ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ନ ହୋଇ ଫେରିଯାଇଥିବା କୁହାଯାଉଛି । ଅନ୍ୟପଟେ ଗହୀରମଥାରେ ରୀତିମତ ଟ୍ରଲର ଚଳାଚଳ ଯୋଗୁଁ କଇଁଛମାନେ ଗହୀରମଥାକୁ ସୁରକ୍ଷିତ ମଣୁନଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍ ।
ଚର୍ଚ୍ଚା news











