କଟକ ଜିଲ୍ଲାର ୪୨ ମୌଜା ଥାନା ଅଧୀନ କଦମ୍ପଡା ଗ୍ରାମରେ ଚାଲୁଥିବା ଏକ ଅବୈଧ ସୋମିଲ୍ ଉପରେ ଓଡିଶା ଭିଜିଲାନ୍ସର ଫରେଷ୍ଟ ୱିଙ୍ଗ ପକ୍ଷରୁ ଆଜି ଅଚମ୍କା ଚଢ଼ାଉ କରାଯାଇଛି। ଗୁପ୍ତ ସୂଚନା ଆଧାରରେ ୨୭ ଏପ୍ରିଲ ୨୦୨୬ ତାରିଖରେ ଏହି ଯୁକ୍ତ ଅଭିଯାନ ଚାଲିଥିଲା, ଯେଉଁଠାରେ କୌଣସି ବୈଧ ଲାଇସେନ୍ସ ବିନା ସୋମିଲ୍ ଚାଲୁଥିବା ପ୍ରମାଣ ମିଳିଛି। ଚଢ଼ାଉ ସମୟରେ ସୋମିଲ୍ରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତି ସହ ମୋଟ ୧୩୬.୮୪୪ କ୍ୟୁବିକ୍ ଫିଟ୍ ମୂଲ୍ୟବାନ କାଠ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ୯୮ ହଜାର ୬୩୯ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏହି ଅଭିଯାନରେ ଅବୈଧ କାଠ ବ୍ୟବସାୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଘାତ ପହଞ୍ଚିଥିବା ବେଳେ, ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ଏବଂ ଶୀଘ୍ର ଏନେଇ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।
ଚର୍ଚ୍ଚା news












