ପୂର୍ବ ପ୍ରସ୍ତୁତି ନୀତି ଅନୁଯାୟୀ, ଦିନ ୧୨ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ । ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
BY_Subhasmita-dt-24.7.2026
ଆଜି ପବିତ୍ର ବାହୁଡ଼ା ଯାତ୍ରା। ଗୁଣ୍ଡିଚା ମନ୍ଦିରରେ ନଅ ଦିନର ଲୀଳାଖେଳା ସମାପନ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନ ଚକ୍ର ଆଜି ନିଜ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏହି ପବିତ୍ର ଅବସରକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଛି।
ନୀତି ଅନୁଯାୟୀ ଦିନ ୧୨ଟାରୁ ପହଣ୍ଡି ବିଜେ ଆରମ୍ଭ ହେବ। ପରବର୍ତ୍ତୀ ସମସ୍ତ ନୀତି ସମ୍ପନ୍ନ ହେବା ପରେ ଅପରାହ୍ଣ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରାର ସାକ୍ଷୀ ହେବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀରେ ସମାଗମ କରିଛନ୍ତି।
ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୨୦ ପ୍ଲାଟୁନ୍ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଓ ବରିଷ୍ଠ ଅଧିକାରୀମାନେ ମୁତୟନ ରହିଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
‘ଜୟ ଜଗନ୍ନାଥ’ ଧ୍ୱନି, ହରିବୋଲ ଓ ହୁଳହୁଳିରେ ଆଜି ପ୍ରକମ୍ପିତ ହେବ ପୁରୀ ବଡ଼ଦାଣ୍ଡ। ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ଓ ରଥ ଟାଣିବାର ସୌଭାଗ୍ୟ ପାଇଁ ଅପେକ୍ଷାରତ ଅଛନ୍ତି ଅଗଣିତ ଭକ୍ତ। ବାହୁଡ଼ା ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ଅଟୁଟ ପ୍ରେମ ଓ ବିଶ୍ୱାସର ମହାମିଳନ ।
ଚର୍ଚ୍ଚା news












