BY-SUBHASMITA-DT-18.4.2026
ଭୁବନେଶ୍ଵର ;DT-18.4.2026: ସାଧାରଣତଃ ଆପଣମାନେ ଜଣିଥିବେ ଗ୍ରୀଷ୍ମ ଦିନ ଆସିଲେ ତାପମାତ୍ରା ଦିନକୁ ଦିନ ବଢ଼ିବା ସହ ଲୋକମାନଙ୍କ ଜୀବନରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ।ଏହି ସମୟରେ ସବୁଠାରୁ ଆପଦଜନକ ଅବସ୍ଥା ହେଉଛି ଅଧିକ ତାପ ଓ ତୀବ୍ର ଧୂପରେ ଦେହର ତାପନିୟନ୍ତ୍ରଣ ବ୍ୟବସ୍ଥା ବିଫଳ ହେଲେ ଏହା ଘଟେ, ଯାହା କେବେ କେବେ ଜୀବନଘାତୀ ଅଂଶୁଘାତ ମଧ୍ୟ ହୋଇପାରେ । ସାଧାରଣତଃ ଯେତେବେଳେ ଶରୀରର ତାପମାତ୍ରା ୪୦° ସେଲସିଅସ୍ ଉପରେଯାଏ, ସେତେବେଳ ଅଂଶୁଘାତର ବଢ଼ିଯାଏ। ଦିନର ମଧ୍ୟାହ୍ନ ସମୟରେ ବାହାରେ ଦୀର୍ଘ ସମୟ ରହିବା, ପାଣି ନପିଇବା ଓ ଶରୀରରେ ପାଣିର ଅଭାବ (ଡିହାଇଡ୍ରେସନ୍) ହେବା ଏହାର ମୁଖ୍ୟ କାରଣ ।
ଅଶୁଘାତର ଲକ୍ଷଣ ମଧ୍ୟରେ ମୁଣ୍ଡ ଘୁରିବା, ବେହୋସ୍ ହେବା, ତୀବ୍ର ଜ୍ୱର, ଚର୍ମ ଗରମ ଓ ଶୁଷ୍କ ହୋଇଯିବା, ହୃଦ୍ଗତି ବଢ଼ିଯିବା ଆଦି ରହିଛି। ଏହି ଲକ୍ଷଣ ଦେଖାଦେଲେ ତୁରନ୍ତ ଛାୟା ଅଞ୍ଚଳକୁ ଯିବା ସହ ତଣ୍ଡା ପାଣି ଦେବା ଓ ଚିକିତ୍ସା ସହାୟତା ନେବା ନିହାତି ଅତ୍ୟାବଶ୍ୟକ।
ସତର୍କ ରହିବା ପାଇଁ କିଛି ଜରୁରୀ ପଦକ୍ଷେପ-
ପ୍ରଥମେ, ଦିନର ତୀବ୍ର ଧୂପ ସମୟ (୧୧ଟାରୁ ୪ଟା ପର୍ଯ୍ୟନ୍ତ) ବାହାରକୁ ଯିବା ଏଡ଼ାଇବା ଉଚିତ। ଯଦି ବାହାରକୁ ଯିବା ଆବଶ୍ୟକ, ତେବେ ଛତା, ଟୋପି ବା ଗାମୁଛା ବ୍ୟବହାର କରନ୍ତୁ।
ଦ୍ୱିତୀୟତଃ, ପରିମାଣରେ ପ୍ରଚୁର ପାଣି ପିଉନ୍ତୁ। ଲେମନ ପାଣି, ଓ ନାଡ଼ିଆ ପାଣି ଭଳି ପାନୀୟ ଶରୀରକୁ ତଣ୍ଡା ରଖିବାରେ ସହାୟକ କରେ ।
ତୃତୀୟତଃ, ହାଲୁକା ଓ ଢିଲା ପୋଷାକ ପିନ୍ଧନ୍ତୁ, ଯାହା ଶରୀରକୁ ଶ୍ୱାସ ନେବାର ସୁବିଧା ଦେଉଥାଏ।
ଚତୁର୍ଥତଃ, ଖାଦ୍ୟରେ ତରଳ ଓ ପାଣି ଧରିଥିବା ଫଳ ଯେପରିକି ତରଭୁଜ, କାକୁଡ଼ି ଓ ନାଡ଼ିଆକୁ ସାମିଲ କରନ୍ତୁ ।
ବିଶେଷକରି ଶିଶୁ, ବୃଦ୍ଧ ଓ ରୋଗୀମାନେ ଅଧିକ ସତର୍କ ରହିବା ଦରକାର, କାରଣ ସେମାନେ ଶୀଘ୍ର ଅଶୁଘାତର ସିକାର ହୋଇପାରନ୍ତି । ଗ୍ରୀଷ୍ମ ଦିନରେ ସାବଧାନତା ଓ ସଠିକ୍ ଜୀବନଶୈଳୀ ଅନୁସରଣ କରିଲେ ଅଶୁଘାତ ଭଳି ଗୁରୁତର ସମସ୍ୟାରୁ ଦୂରେ ରହିପାରିବ। ନିଜ ସୁରକ୍ଷା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆମ ସମସ୍ତଙ୍କ ଦାୟିତ୍ୱ ।
ଚର୍ଚ୍ଚା news











