ଜଗତସିଂହପୁର, ଜଗତସିଂହପୁର ଥାନା ଅନ୍ତର୍ଗତ କାଠିଆପଡା ଗାଁରେ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି। ଗାଁର ଏକ ଘରର ପଛପଟୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ମୃତକାଙ୍କ ପରିଚୟ କାଠିଆପଡା ଗାଁର ସସ୍ମିତା ଦାସ (ଡଲି) ଭାବେ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ହତ୍ୟା ସନ୍ଦେହ ଜୋର ଧରିଛି। ମୃତଦେହର ପରିସ୍ଥିତି ଓ ଘଟଣାସ୍ଥଳର ଅବସ୍ଥା ଦେଖି ଏହା ସାଧାରଣ ମୃତ୍ୟୁ ନୁହେଁ ବୋଲି ଆଲୋଚନା ଚାଲିଛି। ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ପକ୍ଷରୁ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପ୍ରାରମ୍ଭିକ ତଦନ୍ତ ଚାଲିଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛନ୍ତି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ, ପୋଲିସ ସମସ୍ତ ପ୍ରାସଙ୍ଗିକ ଦିଗରୁ ତଦନ୍ତ କରୁଛି। ଘଟଣାର ପୂରା ସତ୍ୟ ତଦନ୍ତ ପରେ ମାତ୍ର ସ୍ପଷ୍ଟ ହେବ ।
ଚର୍ଚ୍ଚା news












