BY-ରାଜୀବ କୁମାର ବେହେରା
ଉଦଳା: ଅବସରରେ ମୟୂରଭଞ୍ଜ ଜିଲ୍ଲାର ଡିହିରାକୁଳ ଗ୍ରାମରେ ରଥ ଅନୁକୂଳ ପର୍ବ ଭକ୍ତି ଓ ଉଲ୍ଲାସର ସହିତ ପାଳିତ ହୋଇଛି। ଏହି ପବିତ୍ର ଦିନରେ ସକାଳୁ ମନ୍ଦିର ପରିସରରେ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା।
ସକାଳ ୫ଟା ୨୦ମିନିଟ୍ରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ସକାଳ ଧୂପ ଓ ବାଲ୍ୟ ଭୋଗ ଆଦି ନୀତିକାନ୍ତି ସମ୍ପନ୍ନ ହେବା ପରେ ରଥ ଅନୁକୂଳ ପାଇଁ ଆଜ୍ଞାମାଳକୁ ଭକ୍ତିଭାବରେ ରଥଖଳାକୁ ନିଆଯାଇଥିଲା। ପରେ ସକାଳ ୭ଟା ସମୟରେ କଳସ ସ୍ଥାପନା କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମହାରଣା ଶ୍ରୀ ପୁରସ୍ତମ ପଲେଇ ସଂକଳ୍ପ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବରେଣ୍ୟ ପୂଜକ ଭାସ୍କର ମହାପାତ୍ର ହୋମ ଯଜ୍ଞ ସହିତ ପୂଜାର୍ଚ୍ଚନା କାର୍ଯ୍ୟ କରିଥିଲେ। ହରିନାମ ମହାମନ୍ତ୍ରର ଧ୍ୱନିରେ ରଥଖଳା ମୁଖରିତ ହୋଇ ଏକ ପବିତ୍ର ପରିବେଶ ସୃଷ୍ଟି ହୋଇଥିଲା।ଶେଷରେ “ଜୟ ଜଗନ୍ନାଥ” ଧ୍ୱନି ଓ ହରିବୋଲ ହୁଳହୁଳି ମଧ୍ୟରେ ରଥ ଚକରେ ଅଖ ସଂଲଗ୍ନ କରାଯାଇ ରଥ ଅନୁକୂଳ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଏହି ଅବସରରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ମନରେ ଗଭୀର ଭକ୍ତି ଓ ଆନନ୍ଦର ଭାବ ପ୍ରକାଶ ପାଇଥିଲା। ମନ୍ଦିର ସଭାପତି ମଧୁସୂଦନ ହାତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭିମ ଚରଣ ପୃଷ୍ଟି, ଅର୍ଜୁନ ଚରଣ ପୃଷ୍ଟି, ଅନିରୁଦ୍ଧ ବେହେରା, ଭଗବାନ ପାତ୍ର, ସର୍ବେଶ୍ୱର ହାତୀ, ରାମଚନ୍ଦ୍ର ପୃଷ୍ଟି, ଦୋଳ ଗୋବିନ୍ଦ ପୃଷ୍ଟି, ପ୍ରଭୁଜିତ ବେହେରା, ଭାଗବତ ବେହେରା, ସୋମନାଥ ହାତୀ, କୈଳାସ ଚନ୍ଦ୍ର ହାତୀ ସହ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକୁ ସଂଗଠିତ କରିବାରେ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଚର୍ଚ୍ଚା news












