ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ପରେ ଆଜି ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ବିଧିବଦ୍ଧ ଭାବରେ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହେଉଛି ରଥଖଳା । ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ପରମ୍ପରା ଅନୁଯାୟୀ ରଥନିର୍ମାଣ ଅନୁକୂଳ ହୋଇଥିଲା ।
BY-SUBHASMITA-DT-21.4.2024
ଶ୍ରୀକ୍ଷେତ୍ର Puriରେ ପବିତ୍ର ଅକ୍ଷୟ ତୃତୀୟା ପରବର୍ତ୍ତୀ ଦିନରୁ ଆଜିଠାରୁ ବିଧିବଦ୍ଧ ଭାବରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ। ପାରମ୍ପରିକ ରୀତିନୀତି ଅନୁଯାୟୀ ଗତକାଲି ଅନୁକୂଳ ସମ୍ପନ୍ନ ହୋଇଥିବା ବେଳେ, ଆଜି ପ୍ରଥମ ଦିନରୁ ରଥଖଳା କରତ ଶବ୍ଦରେ ଗୁଞ୍ଜିଉଠିଛି।ପ୍ରଥମ ପର୍ଯ୍ୟାୟରେ ମହାରଣା ଓ କରତିଆ ସେବକମାନେ ମିଶି ୨୨ଟି ତୁମ୍ବ କାଠକୁ ନିର୍ଦ୍ଧାରିତ ମାପ ଅନୁଯାୟୀ କାଟିବେ। ଏହାରୁ ମୋଟ ୪୨ଟି ତୁମ୍ବ ପ୍ରସ୍ତୁତ ହେବ। ପରବର୍ତ୍ତୀରେ ସୂତା ବାଡିଆ ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେବ, ଯାହା ରଥ ଗଠନର ମୂଳ ଅଂଶ।ଭୋଇ ସେବକମାନେ ଆବଶ୍ୟକୀୟ କାଠ ଯୋଗାଣ କରୁଥିବା ବେଳେ, ମହାରଣା ଓ କରତିଆ ସେବକମାନେ ନିର୍ମାଣ କାମକୁ ଆଗକୁ ବଢ଼ାଉଛନ୍ତି। ତିବ୍ର ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ, ୧୧ଟି ବଖରା ଚାଳି ତଳେ ଅବିରତ ଭାବରେ ଚାଲିଛି ଏହି ପବିତ୍ର କାର୍ଯ୍ୟ। ଆଗାମୀ ଦିନଗୁଡ଼ିକରେ ଏହି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲି ଶେଷରେ ପବିତ୍ର Ratha Yatra ପାଇଁ ତିନୋଟି ଭବ୍ୟ ରଥ ପ୍ରସ୍ତୁତ |
ଚର୍ଚ୍ଚା news












