Place -Banki
Date -05-08-2025
Repoter -Manoj kumar Dalei
ମହାନଦୀ ଉପରେ ନିର୍ମାଣ ହୋଇଥିବା ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ହାଇଲେବୁଲ ସେତୁର ଅପ୍ରୋଜ ପିଚୁ ରୋଡ଼ ଏବେ ସାଧାରଣ ଲୋକ ଙ୍କ ପାଇଁ ପାଲଟିଛି ମରଣଯନ୍ତା. ସେତୁ ଉପରେ ଦେଇ ଯାଇଥିବା ରାସ୍ତା ର ଦୁରାବସ୍ତା ଉପରେ ଆଜିକୁ ୬ ମାସ ରୁ ଉର୍ଦ୍ଧ ସମୟ ଧରି ବିଭିନ୍ନ ଗଣମଧ୍ୟମ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି. ଏହାରି ଭିତରେ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଏକ ଠିକ ସଂସ୍ଥା କୁ ଏ ସେତୁ ର ମତାମତି ଦାଇତ୍ୱ ମଧ୍ୟ ଦିଆଗଲା. କିନ୍ତୁ କାମ ଏତେ ମନ୍ଥର ଗତି ରେ ଚାଲୁ ଅଛି ତାହା କେବେ ସରିବର ନାଁ ଧରୁନି.ଏହା ବଡ଼ ପ୍ରଶ୍ନ ସାଧାରଣ ରେ ଉଙ୍କି ମାରିଛି. ଏଠି ରାସ୍ତା ରେ ବଡ଼ ବଡ଼ ଖାଲ ଯୋଗୁ ଘଟୁଛି ଦୁର୍ଘଟଣା. ଯାତାୟାତ ରେ ଦେଖା ଦେଉଛି ସମସ୍ୟା. ଲୋକେ ଏ ସେତୁ ଉପର ଦେଇ ନିଜକୁ ଯିବାକୁ ମନେ କରୁନାହାନ୍ତି ସୁରକ୍ଷିତ. ଏ ସେତୁ ଉପର ଦେଇ ପ୍ରତ୍ୟକ ଦିନ ଶହ ଶହ ଭାରିଜାନ ଠାରୁ ଆରମ୍ଭ କରି ଯାତ୍ରୀବାହି ବସ ଭୁବନେଶ୍ୱର କଟକ ରୁ ଅନୁଗୁଳ ଢେଙ୍କାନାଳ ସମ୍ବଲପୁର ଆଦି ସ୍ଥାନ କୁ ଯିବା ଆସିବା କରୁଛି. ଏବେ ଗାଡି ଚାଳକ ମଧ୍ୟ ଏ ସେତୁ ଉପରେ ଗାଡି ନେଇ ଯିବା କୁ ସୁରକ୍ଷିତ ମନେ କରୁନାହାନ୍ତି.ପ୍ରଶ୍ନ ଉଠୁଛି ପୂର୍ତ୍ତ ବିଭାଗ ର ଏ ମନମାନୀ କଣ ପାଇଁ. କାହିଁକି ଅହେତୁକ ଅନୁକମ୍ପା ରହିଛି ଏ ଠିକାଦାର ପ୍ରତି. ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସାଙ୍ଗକୁ ଯୁଦ୍ଧକାଳୀନ ଭିତ୍ତିରେ ସେତୁ ର ରାସ୍ତା ମରାମତି କାମ ସମ୍ପନ୍ନ ପାଇଁ ଦାବି ଜୋର ଧରିଲା.
ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁ ପାଲଟିଛି ମରଣଯନ୍ତା.ଅପ୍ରୋଜ ରୋଡ଼ ମରାମତି ଚାଲିଛି ମନ୍ଥର ଗତିରେ. ସେପଟେ ମରାମତି କାମ ଅତି ନିମ୍ନ ମାନର ଅଭିଯୋଗ.
By Charcha News












