ସେ କହିଛନ୍ତି , ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଶିଳ୍ପାୟନ ଉପରେ ବିଶେଷ ଗୁରୁତ୍ୱ ଦେଉଓଡ଼ିଶାରେ ନୂଆ ସରକାର ଗଠନ ହେବା ପରେ ରାଜ୍ୟରେ ‘ରିଭର୍ସ ମାଇଗ୍ରେସନ’ ବା ବିପରୀତ ପ୍ରବାସ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି , ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସରକାର ଶିଳ୍ପାୟନ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପୂର୍ବରୁ ରାଜ୍ୟରେ ଉପଯୁକ୍ତ ଶିଳ୍ପ ଭିତ୍ତିଭୂମିର ଅଭାବ ଯୋଗୁଁ ଯୁବପିଢ଼ି ଚାକିରି ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିଲେ । କିନ୍ତୁ ଏବେ ସମୟ ବଦଳିଛି ଏବଂ ନୂଆ ସରକାର ଯୁବକମାନଙ୍କୁ ଆଗକୁ ଆଣିବା ପାଇଁ ବ୍ୟାପକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି ।
ସରକାରଙ୍କ ଯୋଜନା ଅନୁଯାୟୀ, ଆଗାମୀ ଦିନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ଗଢ଼ି ଉଠିବ, ଯାହା ଫଳରେ ସ୍ଥାନୀୟ ସ୍ତରରେ ଯୁବକଯୁବତୀମାନେ ରୋଜଗାର ପାଇପାରିବେ। ଏହି ଶିଳ୍ପ ଭିତ୍ତିକ ନିଯୁକ୍ତି ପ୍ରକ୍ରିୟାକୁ ଆଗକୁ ଆହୁରି ବ୍ୟାପକ କରାଯିବାର ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଏହା ହେଉଛି ଲୋକଙ୍କର ସରକାର ଏବଂ ଏହି ସରକାରଙ୍କ ପଦକ୍ଷେପ ଯୋଗୁଁ ବାହାରେ କାମ କରୁଥିବା ଓଡ଼ିଆ ଯୁବକମାନେ ଏବେ ନିଜ ମାଟିକୁ ଫେରିବା ଆରମ୍ଭ କଲେଣି ।
ଏହି ରିଭର୍ସ ମାଇଗ୍ରେସନ ଓଡ଼ିଶାର ଅର୍ଥନୀତି ଓ ସାମାଜିକ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ରାଜ୍ୟରେ କାମ କରିବାର ସୁଯୋଗ ପାଇଲେ ଯୁବକମାନେ ଅଧିକ ଦକ୍ଷତାର ସହ କାମ କରିବେ ଏବଂ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବାରେ ସହାୟକ ହେବେ। ଯୁବକମାନଙ୍କ ଉପରେ ସରକାରଙ୍କ ଭରସା ରହିଛି ଏବଂ ସେମାନଙ୍କ ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ ପ୍ରକାଶ କରିଛନ୍ତି ।
ଚର୍ଚ୍ଚା tv











