BY_ସୁଭାସମିତ DT-9.8.2026
ସମ୍ବଲପୁର: ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ନେଇ ସମ୍ବଲପୁର ସହରରେ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ଯାତ୍ରା। ‘ଘର ଘରେ ତ୍ରିରଙ୍ଗା’ ଅଭିଯାନ ଅନ୍ତର୍ଗତ ଆୟୋଜିତ ଏହି ଯାତ୍ରାରେ ସହରରେ ସୃଷ୍ଟି ହୋଇଥିଲା ଦେଶଭକ୍ତିର ମାହୋଲ।
ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆରୁ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଥିଲା। ହାତରେ ଜାତୀୟ ପତାକା ଧରି ପୋଲିସ ବାହିନୀ, ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ରାଜନେତାଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଥିଲେ।
ଦେଶପ୍ରେମର ସ୍ଲୋଗାନ ଓ ତ୍ରିରଙ୍ଗାର ରଙ୍ଗରେ ମୁଖରିତ ହୋଇଥିଲା ସମ୍ବଲପୁର ସହର। ରିଜର୍ଭ ପୋଲିସ ପଡ଼ିଆରୁ ବାହାରିଥିବା ଏହି ଯାତ୍ରା ସହରର ବିଭିନ୍ନ ପ୍ରମୁଖ ଅଞ୍ଚଳ ପରିକ୍ରମା କରି ଜେଲ୍ ଛକରେ ପହଞ୍ଚିଥିଲା।
ଜେଲ୍ ଛକରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ନିକଟରେ ତ୍ରିରଙ୍ଗା ଯାତ୍ରାର ସମାପ୍ତି ହୋଇଥିଲା। ଏହି ଯାତ୍ରା ମାଧ୍ୟମରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶପ୍ରେମ ଓ ଏକତାର ବାର୍ତ୍ତା ଦିଆଯାଇଥିଲା ।
ଚର୍ଚ୍ଚା news











