ରାଜନୀତିକ ଦୃଷ୍ଟିରୁ ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ , ବିରୋଧୀ ଦଳ ନେତା ଏବଂ ପିସିସି ସଭାପତିଙ୍କ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ମୁଖ୍ୟମନ୍ତ୍ରୀ ତିନି ଦିନ ହେବ ଦିଲ୍ଲୀ ଗସ୍ତରେ ଅଛନ୍ତି ।
BY_SUBHASMITA_DT_3.9.2026
ଦିଲ୍ଲୀରେ ୩ ମୁଖିଆ, ଓଡ଼ିଶାରେ ବଡ଼ ଗଣିତ! ହଁ ଆଂଜ୍ଞା ଦିଲ୍ଲୀରେ ତିନି ମୁଖିଆ!
କିଏ କରୁଛି କାହା ବିରୋଧରେ ଚାଲ୍?ଆପଣ ମାନେ ଜାଣିଥିବେ 3ଦିନ ହେଲା 3ଦଳର ମୁଖିଆ ଦିଲ୍ଲୀଗ୍ରସ୍ତ ରେ
ଦିଲ୍ଲୀରେ ଏକାଠି ଓଡ଼ିଶାର ୩ ପ୍ରମୁଖ ରାଜନୈତିକ ଚେହେରା ମୋହନ, ନବୀନ ଓ ଭକ୍ତ। ତିନି ଦଳର ତିନି ମୁଖିଆଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା।ସମୟ ଗୋଟିଏ, ଗନ୍ତବ୍ୟ ଗୋଟିଏତେବେ ତିନି ନେତାଙ୍କ ଟାର୍ଗେଟ୍ କ’ଣ?
କିଏ କହୁଛି କାହାର ଦିଲ୍ଲୀ ଗସ୍ତ ସରକାରୀ, ଆଉ କାହାର ରାଜନୈତିକ? ଦିଲ୍ଲୀରୁ କିଏ କ’ଣ ନେଇ ଫେରିବ?
ତିନି ଦିନ ହେଲା ଦିଲ୍ଲୀରେ ଅଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ରୀୟ ଜଳଶକ୍ତି ସମ୍ମିଳନୀରେ ଯୋଗଦେବା ସହ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନାର ସମ୍ଭାବନା ରହିଛି। ଅନ୍ୟପଟେ MMDR ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଲଗାତାର ଆକ୍ରମଣ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ରାଜନୈତିକ ଗୁରୁତ୍ୱ ବଢ଼ିଛି।ବିରୋଧୀଙ୍କ ଆକ୍ରମଣ ମଧ୍ୟରେ ମୋହନଙ୍କ ଦିଲ୍ଲୀ ଗସ୍ତ କେନ୍ଦ୍ରରୁ କ’ଣ ରଣନୀତି ନେଇ ଫେରିବେ?
ଦିଲ୍ଲୀରୁ ଫେରି ମୋହନଙ୍କ ଆକ୍ସନ୍ ପ୍ଲାନ୍ କ’ଣ? ରାଜ୍ୟ ବିଜେପିରେ ହେବ କି ବଡ଼ ନିଷ୍ପତ୍ତି?
ଅନ୍ୟପଟେ ୭ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ। ଗସ୍ତ ବ୍ୟକ୍ତିଗତ ବୋଲି କୁହାଯାଉଥିଲେ ବି ରାଜନୈତିକ ମହଲରେ ପ୍ରଶ୍ନ ଉଠୁଛି।
ନବୀନଙ୍କ ଦିଲ୍ଲୀ ରହଣି ସତରେ କେବଳ ବ୍ୟକ୍ତିଗତ? ନା ଦିଲ୍ଲୀରେ ଚାଲିଛି ବିଜେଡିର ନୂଆ ରଣନୀତି?
ସେପଟେ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦିଲ୍ଲୀରେ। ଆଗକୁ ପଞ୍ଚାୟତ ନିର୍ବାଚନ। ଦଳର ସାଂଗଠନିକ ପୁନର୍ଗଠନକୁ ନେଇ ଆଲୋଚନା ଜୋରଦାର।
ଭକ୍ତଙ୍କ ଦିଲ୍ଲୀ ଗସ୍ତ ପଞ୍ଚାୟତ ପୂର୍ବରୁ କଂଗ୍ରେସରେ ହେବ କି ‘ଟିମ୍ ଚେଞ୍ଜ୍’?
ଆଉ ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦିଲ୍ଲୀରେ। ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି କଂଗ୍ରେସର ନୂଆ ଟିମ୍ ଗଠନ ନେଇ ଚର୍ଚ୍ଚା ଜୋର ଧରିଛି।
ପଞ୍ଚାୟତ ପୂର୍ବରୁ କଂଗ୍ରେସରେ ହେବ କି ବଡ଼ ସାଂଗଠନିକ ଅପରେସନ୍?
ଏବେ ତିନି ମୁଖିଆ ଦିଲ୍ଲୀରେ। ଜଣେ ସରକାର ଚଳାଉଛନ୍ତି, ଜଣେ ବିରୋଧୀ ଦଳର ନେତୃତ୍ୱ ନେଉଛନ୍ତି, ଆଉ ଜଣେ କଂଗ୍ରେସକୁ ପୁଣି ମୈଦାନକୁ ଫେରାଇବାକୁ ରଣନୀତି କରୁଛନ୍ତି।
ତେବେ ଦିଲ୍ଲୀରେ କିଏ କରୁଛି ପାୱାର୍ ଗେମ୍?
କିଏ ଗଢ଼ୁଛି ନୂଆ ସମୀକରଣ?
ଆଉ ଦିଲ୍ଲୀରୁ ଫେରିବା ପରେ ଓଡ଼ିଶା ରାଜନୀତିରେ କାହାର ଚାଲ୍ ସବୁଠୁ ଭାରୀ ପଡ଼ିବ?
ଚର୍ଚ୍ଚା tv











