ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି ରହିଛି । ଗତ କିଛି ଦିନ ଧରି ଅନେକ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବଜ୍ରପାତ ସହ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲୋକଙ୍କୁ ଅନାବଶ୍ୟକ ବାହାରକୁ ନଯିବା ଓ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ ବହୁ ସ୍ଥାନରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ ନିମ୍ନାଞ୍ଚଳ ଜଳମଗ୍ନ ହୋଇପଡ଼ିଛି ।
କିଛି ନଦୀ ଓ ନାଳର ଜଳସ୍ତର ମଧ୍ୟ ବଢ଼ୁଥିବାରୁ ତଳିଆ ଅଞ୍ଚଳରେ ସତର୍କତା ବଢ଼ାଇ ଦିଆଯାଇଛି । ଏପଟେ ଲଗାଣ ବର୍ଷାର ପ୍ରଭାବ କୃଷି କ୍ଷେତ୍ରରେ ମଧ୍ୟ ପଡ଼ିଛି । କେଉଁଠି ଧାନ ତଳି ବୁଡ଼ିଯାଇଛି, ତ ଆଉ କେଉଁଠି ଚାଷ ଜମିରେ ପାଣି ଜମି ରହିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ସହରାଞ୍ଚଳରେ ମଧ୍ୟ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ଯାତାୟାତ ବ୍ୟାହତ ହେଉଛି । ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ସେଥିପାଇଁ ମତ୍ସ୍ୟଜୀବୀ, ଚାଷୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ପରାମର୍ଶକୁ ପାଳନ କରିବାକୁ ଅନୁରୋଧ କରାଯାଇଛି ।
ଚର୍ଚ୍ଚା news












