ରାୟଗଡ଼ା,-05-08-2025
ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଜଗମଣ୍ଡା ଆଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଆଜି ମଙ୍ଗଳବାର ଆସ ବୁଲିଯିବା ଆମ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ସହ ବିଶ୍ଵ ସ୍ତନୀୟ ପାନ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଆସ ବୁଲିଯିବା ଆମ ଆଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନରେ ସ୍ବାସ୍ଥ୍ୟ କର୍ମୀ ଆଶା କର୍ମୀ ଏବଂ ଗ୍ରାମର ଗର୍ଭବତୀ ,ପ୍ରସୂତି ଓ କିଶୋରୀ ବାଳିକା ଓ ୬ମାସ ରୁ ୫ ବର୍ଷ ର ସମସ୍ତ ଶିଶୁ ର ମା ମାନେ ଆସିଥିଲେ ଏହି ଅବସରରେ ଜଗମଣ୍ଡା କେନ୍ଦ୍ରରେ ବିଶ୍ବ ସ୍ତନିୟପାନ ସପ୍ତାହ ପାଳନ କରାଯାଇଥିଲା।ବିଶ୍ଵ ସ୍ତନୀୟ ପାନ ନେଇ ଏକ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରାଯାଇଥିଲା।ଏଥିରେ କିଶୋରୀ ଗର୍ଭବତୀ ପ୍ରସୂତି ଏବଂ ୬ମାସ ରୁ ୩ବର୍ଷ ର ଶିଶୁ ର ମା ମାନେ ଉପସ୍ଥିତ ରହିଥିଲା।ପରେ କେନ୍ଦ୍ର ରେ ଏକ କୁଇଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ଦେବସ୍ମିତା ମହାନ୍ତି ପ୍ରଥମ ସ୍ଥାନ ଦ୍ବିତୀୟ ସ୍ଥାନ ସ୍ୱେତା ସୁଚରିତା ମିଶ୍ର ତୃତୀୟ ସ୍ଥାନ ମାଧୁରି ମିଶ୍ର ଅଧିକାର କରିଥିଲେ।ଏଥିରେ ଏ ଏନ୍ ଏମ୍ ସୁନିତା କୁମାରୀ ପାଣିଗ୍ରାହୀ,ଆଶା ବୌଜନ୍ତି ମାଳା ରଣା, ଅଙ୍ଗନ ୱାଡ଼ି କର୍ମୀ ପ୍ରଭାସିନୀ ପଣ୍ଡା ,ସହାୟିକା ଭବାନୀ ନିଶିକା ଉପସ୍ଥିତ ରହିଥିଲେ।ତେବେ ଆଶ ବୁଲିଯିବା ଆମ ଅଙ୍ଗୱାଡ଼ି କେନ୍ଦ୍ର କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ କର୍ମୀ ଆଶ କର୍ମୀ ଏବଂ ଗ୍ରାମ୍ୟ ମହିଳା ମାନେ ପରିଦର୍ଶନ ରେ ଆସି କେନ୍ଦ୍ର ର ସମସ୍ତ କାର୍ଯ୍ୟ କୁ ତଦାରଖ କରିଥିଲେ।କାର୍ଯ୍ୟକ୍ରମ ଶେଷରେ ଅଙ୍ଗନୱାଡ଼ି କେନ୍ଦ୍ର ର କର୍ମୀ ପ୍ରଭାସିନୀ ପଣ୍ଡା ସମସ୍ତ ଙ୍କୁ ଧନ୍ୟବାଦ କରିଥିଲେ।
ଜଗମଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ଆସ ବୁଲି ଯିବା ଆମ ଅଙ୍ଗୱାଡ଼ି କେନ୍ଦ୍ର -ପରିଦର୍ଶନ ସହ ବିଶ୍ଵ ସ୍ତନୀୟ ପାନ ସପ୍ତାହ ପାଳନ
By Charcha News












