by-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା: date 7 4 26 :ରାଜ୍ୟ ସରକାରଙ୍କ ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିବସରେ ଅର୍ଥାତ ତାରିଖ 0୭/0୪/୨0୨୬ ରେ ଓଡ଼ିଆ ବର୍ଣ୍ଣମାଳା ପୂଜନ ଦିବସ ବିଦ୍ୟାଳୟର ସହକାରୀ ଶିକ୍ଷକ ତଥା ଓଡ଼ିଆ ଭାଷାବିତ ଦିଲୀପ କୁମାର କରଙ୍କ ପ୍ରଚେଷ୍ଠାରେ ଆଜି ବିଦ୍ୟାଳୟରେ ଉକ୍ତ ଦିବସଟି ପାଳନ କରାଯାଇଅଛି.। ଏହି ଅବସରରେ ପ୍ରଥମେ ନିମନ୍ତ୍ରିତ ହୋଇ ଆସିଥିବା ଓଡ଼ିଆ ଭାଷାବିତ ପ୍ରତାପ ଚନ୍ଦ୍ର ରାୟ, ପ୍ରଭାତ ଶତପଥି, ସୁଭାଷ ଚନ୍ଦ୍ର ସାହୁ, ରୁପେଶ ସାହୁ, କବୟିତ୍ରୀ ଗାୟତ୍ରୀ ପଣ୍ଡା ଓ ଶୁଭାସିନୀ ମିଶ୍ର , ଶିଶୁ ଚଳଚିତ୍ର ନିର୍ଦ୍ଦେଶକ ଶକ୍ତି ଦାସ, ଗଣ ମାଧ୍ୟମ ପ୍ରତିନିଧି ରବି ମହାପାତ୍ର, ପ୍ରଭୃତିଙ୍କୁ ଫୁଲ ଚନ୍ଦନ ଓ ଉପ ଢ଼ୋକନ ଦେଇ ବିଦ୍ୟାଳୟକୁ ସ୍ୱାଗତ କରି ଅଣାଯିବା ପରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂବନାନନ୍ଦ ଖାଡ଼ଙ୍ଗା ପବିତ୍ର ମନ୍ତ୍ର ଉଚ୍ଚାରଣ କରି ଶ୍ରୀ ଜଗନ୍ନାଥଙ୍କ ଠାରେ ନଡ଼ିଆ ଭାଙ୍ଗି ପୂଜନ କାର୍ଯ୍ୟ କରିଥିଲେ। ଏହା ପରେ ଉପସ୍ଥିତ ଅତିଥି ବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ଓ ଓଡ଼ିଆ ବର୍ଣ୍ଣବୋଧର ରଚୟିତା ସ୍ବର୍ଗତ୍ ଭକ୍ତ କବି ମଧୁସୁଦନ ରାଓଙ୍କ ଫୋଟ ଚିତ୍ର ସହ ଓଡ଼ିଆ ବର୍ଣ୍ଣଗୁଡ଼ିକ ଉପରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଉପସ୍ଥିତ ଅତିଥି ବୃନ୍ଦ ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ପ୍ରତି ବିଭିନ୍ନ ପଦକ୍ଷେପକୁ ସାଧୁବାଦ ଜଣାଇବା ସହ, ଆଜି ପର୍ଯ୍ୟନ୍ତ ଓଡ଼ିଆ ବର୍ଣ୍ଣମାଳାର ସଠିକ ସଜ୍ଜିକରଣ ନ ହୋଇଥିବାରୁ ଦୁଃଖ ପ୍ରକାଶ କରିଥିଲେ। ବିଭିନ୍ନ ବେସରକାରୀ ପୁସ୍ତକ ସହ, ବିଭିନ୍ନ ଶ୍ରେଣୀର ସରକାରୀ ପାଠ୍ୟ ପୁସ୍ତକରେ ଓଡ଼ିଆ ବର୍ଣ୍ଣ ଜନିତ ତ୍ରୁଟି ଦେଖି ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରିବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ବିଶେଷତ୍ୱ ୧୫ ବର୍ଷରୁ ଉର୍ଦ୍ଧ୍ୱ ନିରକ୍ଷରଙ୍କୁ ସାକ୍ଷର କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ବିଦ୍ୟାଳୟକୁ ପ୍ରଦତ୍ତ ‘ଉଲ୍ଲାସ’ ବହିଟିର ପ୍ରାୟ ପ୍ରତ୍ୟେକ ପୃଷ୍ଠାର ଓଡ଼ିଆ ବନାନ ଗତ ତୃଟି ସହ ଉକ୍ତ ପୁସ୍ତକର ୪ଟି ପୃଷ୍ଠାରେ ବଡ଼ ବଡ଼ ଅକ୍ଷରରେ ୪ ପ୍ରକାରର ଓଡ଼ିଆ ବର୍ଣ୍ଣକ୍ରମ ଓ ସଂଖ୍ୟା ମୁଦ୍ରିତ ହୋଇ ଥିବାର ଜାଣି ତୁରନ୍ତ ଏହାର ସଂଶୋଧନ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହୃଷିକେଶ ପରିଡ଼ାଲା, ଆରତୀ ପରିଡ଼ାଲା,ରେଣୁବା ଳା ନାୟକ, ବନିତା ନାୟକ ପ୍ରମୁଖ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲା ବେଳେ, ବିଦ୍ୟାଳୟର କମିଟି ସଭାପତି ହରିକୃଷ୍ଣ ରାମନାଥ ଶବର ଓ ପ୍ରଶାନ୍ତ ସାହୁ ସହଯୋଗ କରିଥିଲେ। ତତ୍ପରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ମିଷ୍ଟାନ ବଣ୍ଟନ କରି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା ।
ଚର୍ଚ୍ଚା NEWS












