BY-SUBHASMITA-15.4.2026
ଭୁବନେଶ୍ୱର, ଏପ୍ରିଲ ୧୫: Central Board of Secondary Education (ସିବିଏସ୍ଇ) ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ପରୀକ୍ଷାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଏହି ବର୍ଷ ଦେଶର ୮୦୭୫ଟି ପରୀକ୍ଷା କେନ୍ଦ୍ରରେ ମୋଟ ୨୫ଲକ୍ଷ ୮ହଜାର ୩୧୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ୮ହଜାର ୫୪୬ଜଣ ଛାତ୍ର ଓ ୧୦ଲକ୍ଷ ୯୯ହଜାର ୭୭୩ଜଣ ଛାତ୍ରୀ ଥିଲେ।
ପରୀକ୍ଷା ଫଳ ଦେଖିବା ପାଇଁ ଛାତ୍ରଛାତ୍ରୀମାନେ cbse.gov.in ଓ results.cbse.nic.in ଭଳି ଆଧିକାରିକ ୱେବସାଇଟ୍ରେ ଯାଇପାରିବେ। ଏହା ସହିତ DigiLocker ଓ UMANG ଆପ୍ ମାଧ୍ୟମରେ ମଧ୍ୟ ଫଳ ଯାଞ୍ଚ କରିପାରିବେ।
ସୂଚନା ଅନୁଯାୟୀ, ଚଳିତ ବର୍ଷ ପରୀକ୍ଷା ୧୭ ଫେବ୍ରୁଆରିରୁ ୨୭ ଫେବ୍ରୁଆରି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। କିନ୍ତୁ ପଶ୍ଚିମ ଏସିଆର ଯୁଦ୍ଧ ପରିସ୍ଥିତି ଦୃଷ୍ଟିରେ Qatar, United Arab Emirates ଓ Oman ଭଳି ଦେଶଗୁଡିକରେ ପରୀକ୍ଷା କେତେକ ସ୍ଥାନରେ ସ୍ଥଗିତ ରହିଥିଲା।
ସିବିଏସ୍ଇ ନିୟମ ଅନୁସାରେ ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୩୩ ପ୍ରତିଶତ ନମ୍ବର ଆଣିବା ଆବଶ୍ୟକ। ଯେଉଁମାନେ ଏହି ମାର୍କ ପାଇବାରେ ବିଫଳ ହେବେ, ସେମାନଙ୍କୁ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବାକୁ ପୁଣିଥରେ ସୁଯୋଗ ଦିଆଯିବ ।
ଚର୍ଚ୍ଚା NEWS











