BY- ରବିନ୍ଦ୍ର ନାଥ ମହାପାତ୍ର
ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଦିବସ (୧ ଏପ୍ରିଲ ) ଠାରୁ ମହାବିଷୁବ ସଙ୍କ୍ରାନ୍ତି (୧୪ ଏପ୍ରିଲ ) ପର୍ଯ୍ୟନ୍ତ ସମୟକୁ “ଓଡିଆ ପକ୍ଷ ୨୦୨୬” ଭାବେ ପାଳନ ଅବସରରେ ଆଜ ତା ୦୫.୦୪.୨୦୨୬ ତାରିଖ ରବିବାର ଦିନ ସକାଳେ ଏକ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ସ୍ଥାନୀୟ କାଳୀମନ୍ଦିର ଛକରୁ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ କ୍ରୀଡା ଓ ଯୁବ ସାଶକ୍ତିକରଣ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଦ୍ବାରା ୦୫/୦୪/୨୬ ତାରିଖ ସକାଳ ୦୭.୩୦ ସମୟରେ ରାୟଗଡ଼ା ସହରରେ ସ୍ଥିତ କାଳୀ ମନ୍ଦିର ଛକ ଠାରୁ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଏକ ଗଣଦୌଡର ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦାନ କରି ପତାକା ଦେଖାଇ ଶୁଭରାମ୍ଭ କରିଥିଲେ l ଏହି ଗଣ ଦୌଡ଼ରେ ଅଂଶଗ୍ରହଣକାରୀ ପ୍ରଥମେ ପଞ୍ଜିକରଣ ପରେ ଐତିହ ଗଣ ଦୌଡ (ୱାକାଥନ) ପ୍ରାରମ୍ଭ ହୋଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲେନୁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଗଣ ଦୌଡରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ବିଜୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡ଼ ବସନ୍ତ କୁମାର ପ୍ରଧାନ , ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଗଣଦୌଡ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ କାଳୀ ମନ୍ଦିର ଛକ ଠାରୁ ଆରମ୍ଭ ହୋଇ ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ -ରାୟାଗଡା ଆର.ଟିଓ ଅଫିସ୍ – ୟୁଜି ଏମଆଇଟି – ଲାୟାଂଶ କ୍ଲବ ଦେଇ ପରିଶେଷରେ ପୁଣି ରାୟଗଡାର ସଦଭାବନା ସ୍ପୋର୍ଟସ କମ୍ପ୍ଲେକ୍ସରେ ସମାପ୍ତ ହେଇଥିଲା । ଓଡ଼ିଆ ଦିବସ ଉପଲକ୍ଷେ ଉଦିଷ୍ଟ ଏହି ଗଣ ଦୌଡ଼ ଉଦେଶ୍ୟ ବିଷୟରେ ଅତିଥି ମାନେ ବୁଝାଇଥିଲେ l ଏଥିରେ ଏପିଡି ଶ୍ରୀ ବିଜୟ ନାୟକ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଧାନ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀ ପାଣିଗ୍ରାହୀ, ଜିଲ୍ଲା ସୂଚନା ଓ ଲାକସମ୍ପର୍କ କାର୍ଯ୍ୟାଳୟର ଡମ୍ବରୁଧର ପଣ୍ଡା, ଜିଲ୍ଲା ପରିଷଦ କାର୍ଯ୍ୟାଳୟର ସୁଭାଷ ଚନ୍ଦ୍ର ସାହ, ରଂଜିତ ମେଲେକା ଓଡ଼ିଆ ଅନ୍ୟାନ୍ୟ କର୍ମକର୍ତ୍ତା, ଜିସିଡ଼ି ୱାକର୍ସର ସୁଭାଷ ଚନ୍ଦ୍ର ବାରିକ,ସିଏଚ ବିଜୟ ମୋହନ, ଏମ. ରାଜା, ଅଜିତ କୁମାର ସୁବୁଦ୍ଧି, କେ ସୁରେଶ, ଡି ପି. ବାବୁ, ଗୋପୀ,ଯାମି ରାଜା, ଜିତେନ୍ଦ୍ର ରଥ, ଅମର ପ୍ରଧାନ, ଦିପୁ ବାବୁ,ଝଞ୍ଜାବତୀ ୱାକର୍ଶ କ୍ଲବର ରିତାରାଣୀ ମିଶ୍ର, ସୁଜାତା ମାଦଳା ଏବଂ ରଶ୍ମିତା ପଣ୍ଡା,ସହରର ବୁଦ୍ଧିଜୀବୀ, ଜନସାଧାରଣ,ଉମେନ୍ସ କଲେଜରବିଦ୍ୟାର୍ଥୀମାନେ,ସେଞ୍ଚୁରିଆନର ମହାବିଦ୍ୟାଳୟର ବିଦ୍ୟାର୍ଥିମାନେ ଯୋଗଦାନ କରିଥିଲେ ।
ଚର୍ଚ୍ଚା news












