BY-ରାଜୀବ କୁମାର ବେହେରା
ଉଦଳା : ମୟୁରଭଞ୍ଜ ଜିଲ୍ଲାରେ କାଳ ବୈଶାଖୀ ଝଡ଼ ବତାସ ତାଣ୍ଡବ ଚାଲିଥିବା ବେଳେ ବଜ୍ରପାତ ନେଇଛି ଆଉ ଗୋଟିଏ ନିର୍ଦୟ ଜୀବନ। କପ୍ତିପଦା ଅଞ୍ଚଳର ଶରତ ଥାନା ଅଧୀନ ରାଣୀପୋଖରୀ ଲେମୁଆସାହି ଗ୍ରାମରେ ଜଣେ ମହିଳା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।
ଘଟଣା ଅନୁସାରେ, ପୂର୍ବାହ୍ନ ସମୟରେ ହଠାତ୍ କଳାହାଣ୍ଡିଆ ବର୍ଷା ସହ ଝଡ଼ ବାତାସ ଆରମ୍ଭ ହୋଇଥିଲା। ଏହି ବିପଦଜନକ ପରିସ୍ଥିତିରେ ଗ୍ରାମର ମେଞ୍ଚ ସିଂ ଘର ବାହାରେ ଶୁଖୁଥିବା ଶାଢ଼ୀ ଆଣିବାକୁ ବାହାରିଥିଲେ। କିନ୍ତୁ ଏହି ସମୟରେ ହଠାତ୍ ଭୟଙ୍କର ଶବ୍ଦ ସହ ବଜ୍ରପାତ ଘଟି ତାଙ୍କୁ ସିଧାସଳଖ ଆଘାତ କରିଥିଲା।
ବଜ୍ରାଘାତରେ ସେ ସ୍ଥଳରେ ହିଁ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦଳା ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି। ଖବର ପାଇ ଶରତ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମାମଲା ରୁଜୁ କରିଛି।
କାଳ ବୈଶାଖୀ ସମୟରେ ସାବଧାନ ସଚେତନ ରୁହନ୍ତୁ ଲ
ଚର୍ଚ୍ଚା news












