ସମୁଦ୍ରରେ ଗାଧୋଉଥିବା ବେଳେ ଉଚ୍ଚ ଜୁଆର ଏବଂ ରିପ୍ କରେଣ୍ଟରେ ପଡ଼ି ବୁଡ଼ିଗଲେ ଦୁଇ ପର୍ଯ୍ୟଟକ । ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଘଟିଛି ଅଘଟଣ ।
ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ଗାଧୋଉଥିବା ବେଳେ ଉଚ୍ଚ ଜୁଆର ଏବଂ ରିପ୍ କରେଣ୍ଟରେ ପଡ଼ି ବୁଡ଼ିଗଲେ ଦୁଇ ପର୍ଯ୍ୟଟକ । ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଘଟିଛି ଅଘଟଣ । ତେବେ ସୌଭାଗ୍ୟବଶତଃ ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ ତୁରନ୍ତ ସମୁଦ୍ର ଭିତରକୁ ଯାଇ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଦ୍ଧାର ଦୁଇ ପର୍ଯ୍ୟଟକ ଝାଡଖଣ୍ଡର। ସମୁଦ୍ରରେ ଗାଧୋଉଥିବା ବେଳେ ଏ ଅଘଟଣ ଘଟିଥିଲା। କେବେ ପର୍ଯ୍ୟଟକମାନେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଚର୍ଚ୍ଚା news












