Reporter- Rabindra nath mohapatro
ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପୁଲିସ ଡିଜିଙ୍କ ଉଦ୍ଦେଶ୍ୟରେ ରାୟଗଡା SP ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସହ ନାରୀ ଓ ଛାତ୍ରୀ ମାନେ ଅସୁରକ୍ଷିତ ମନେ କରୁଛନ୍ତି ଏବଂ ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ ବଢିଚାଲିଛି। ନାରୀ ସୁରକ୍ଷା ପାଇଁ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଯୁବ ଛାତ୍ର ଜନତା ଦଳପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ବିଜୁ ଛାତ୍ର ଜନତା ଦଳର ରାୟଗଡା ନଗର ସଭାପତି ପ୍ରବୀଣ କୁମାର ଙ୍କ ନେତୃତ୍ବରେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପୋଲିସ୍ ଡିଜିଙ୍କ ଉଦ୍ୟେଶ ରାୟଗଡା SP ସ୍ଵାତି S କୁମାର ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି I ଦାବିପତ୍ର ପ୍ରଦାନ ବେଳେରାୟଗଡା ସହରର ସ୍ୱୟଂଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ.












