ମାଲକାନାଗିରି : DT -04-04-2026 :: ଓଡ଼ିଶା ସରକାରଙ୍କ ଶିକ୍ଷା ବିକାଶ ଅଭିଯାନର ଏକ ଅଂଶସ୍ୱରୂପ ମାଲକାନଗିରି ଜିଲ୍ଲା ଏମ.ବି-୭ ଅପର ପ୍ରାଇମେରୀ ସ୍କୁଲରେ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ପରିବେଶ ସହ ପରିଚିତ କରାଇବା ଏବଂ ସେମାନଙ୍କ ଶିକ୍ଷା ଜୀବନର ଶୁଭାରମ୍ଭ କରିବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି ଅବସରରେ ମାଲକାନଗିରି ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ମା’ ସରସ୍ୱତୀ ଏବଂ ଗଣପତିଙ୍କୁ ପୂଜାର୍ଚ୍ଚନା କରି ଶିଶୁମାନଙ୍କର ବିଦ୍ୟା ଆରମ୍ଭ କରାଯାଇଥିଲା।
ଶିକ୍ଷା କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଗାଁ ଗାଁ ବୁଲି ଶିକ୍ଷାର ଗୁରୁତ୍ୱ ଏବଂ ସରକାରୀ ସୁବିଧା ସୁଯୋଗ ବିଷୟରେ ଲୋକଙ୍କୁ ଜଣାଇବ।
ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳିତ ସହଭାଗିତାରେ ଏହି ଉତ୍ସବଟି ଏକ ସଫଳ ରୂପ ନେଇଛି, ଯାହା ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଶିକ୍ଷାର ମୂଳଦୁଆକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।
ଚର୍ଚ୍ଚା ନ୍ୟୁଜ୍












