BY-
କାମାକ୍ଷାନଗର:DT -04-04-2026:: କାମାକ୍ଷାନଗରଆଜି ବିଦ୍ୟାଳୟରେ ଆରମ୍ଭ ହୋଇଛି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବ । ଏଥିପାଇଁ ବେଶ୍ ଚଳଚଞ୍ଚଳ ହୋଇପଡିଛି କାମାକ୍ଷାନଗର ବ୍ଲକର ବିଭିନ୍ନ ବିଦ୍ୟାଳୟ । ସକାଳୁଆ ସ୍କୁଲ୍ ଆରମ୍ଭ ସହିତ ସ୍ବତନ୍ତ୍ର ଉତ୍ସବ ପାଇଁ ସ୍କୁଲ୍ ତରଫରୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ପିଏମଶ୍ରୀ ସାରଙ୍ଗଧର ଉଚ୍ଚ ବିଦ୍ୟାଳୟ ଠାରେ ଗେଟ୍ ସମ୍ମୁଖରେ ପିଲାଙ୍କୁ ଶଙ୍ଖ ବଜାଇ ଫୁଲ-ଚନ୍ଦନ ଦେଇ ସ୍ବାଗତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଦିନମଣି ନାଏକ, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ସରୋଜ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଆକୃଷ୍ଟ କରିବା ପାଇଁ ଉପହାର ସହିତ ରଙ୍ଗପସରା ଷ୍ଟଲ ଏବଂ କ୍ରୀଡାର ବିଭିନ୍ନ ଷ୍ଟଲର ବ୍ୟବସ୍ଥା କରାଯାଇଥିଲା। ଜାତୀୟ ଶିକ୍ଷାନୀତି ୨୦୨୦ କୁ ସଫଳ କରିବା ସହ ସଭିଏଁ ସ୍କୁଲ ଯିବା ଏବଂ ପାଠ ପଢିବା ପାଇଁ ରୁଚି ରଖିବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହିତ ଅତିଥି ମାନଙ୍କ ଦ୍ୱାରା ଗାଁ ଗାଁ ବୁଲି ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ମଧ୍ୟ କରାଯାଇଥିଲା। ଏହି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପର୍ବରେ କୁନି କୁନି ଶିଶୁଙ୍କ ସମେତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।
ଚର୍ଚ୍ଚା news












