ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ।
BY-SUBHASMITA-DT-22.4.2024
ପୁରୀ :ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ଅପସାରଣ କରାଯାଇଥିବା ଦଶାବତାର ମୂର୍ତ୍ତି ପୁନଃ ଅବସ୍ଥାପନ କରାଯିବା ପ୍ରସ୍ତାବ ଉପରେ ମୁକ୍ତି ମଣ୍ଡପ ସ୍ଥାୟୀ ସଭାପତି ଶ୍ରୀମଦ୍ ଜଗଦଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଛନ୍ତି ମୁଖ୍ୟ ପ୍ରଶାସକ।
୨୦୧୨ ମସିହାରେ Archaeological Survey of India (ଏଏସ୍ଆଇ) ପକ୍ଷରୁ ସିଂହଦ୍ୱାର ଓ ପାର୍ଶ୍ୱବର୍ତ୍ତୀ ପୁରାତନ ଗଠନର ସଂରକ୍ଷଣ ଓ ମରାମତି କାମ ହୋଇଥିଲା। ସେତେବେଳେ ଗୁମୁଟରେ ଥିବା ଦଶାବତାର ମୂର୍ତ୍ତିକୁ ଅପସାରଣ କରାଯାଇ ତାହାର ସ୍ଥାନରେ ନୂତନ ପ୍ରସ୍ଥର ବିମ୍ ସ୍ଥାପନ କରାଯାଇଥିଲା।
ପୂର୍ବରୁ ଏହି ଦଶାବତାର ମୂର୍ତ୍ତି ଚୂନ ପ୍ରଲେପରେ ତିଆରି ହୋଇଥିଲା ଏବଂ ତାହାର ନବମ ଅବତାର ସ୍ଥାନରେ ମହାପ୍ରଭୁ Jagannathଙ୍କ ମୂର୍ତ୍ତି ରହିଥିବାରୁ ସେତେବେଳେ କିଛି ମତଭେଦ ସୃଷ୍ଟି ହୋଇଥିଲା।
ଏହି ପ୍ରସଙ୍ଗରେ ଗତ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ହୋଇଥିଲା। ପରମ୍ପରା ଅନୁଯାୟୀ ଧାର୍ମିକ ବିଷୟରେ ମୁକ୍ତି ମଣ୍ଡପର ଜଗଦଗୁରୁଙ୍କ ମାର୍ଗଦର୍ଶନ ଅତ୍ୟନ୍ତ ଜରୁରୀ ବୋଲି ଧରାଯାଏ। ଏବେ ତାଙ୍କର ମତ ଆସିବା ପରେ ଦଶାବତାର ମୂର୍ତ୍ତି ପୁନଃ ସ୍ଥାପନ ନେଇ ଅନ୍ତିମ ସିଦ୍ଧାନ୍ତ ନିଆଯିବ |
ଚର୍ଚ୍ଚା news












