କେବଳ ପାଞ୍ଚ ଦିନ ତଳେ ଘରେ ଶୁଭିଥିଲା ନବଜାତ ଶିଶୁର କୁଆଁ କୁଆଁ କାନ୍ଦ। ପରିବାରରେ ଖୁସିର ମାହୋଲ ଥିଲା। ସମସ୍ତେ ନୂଆ ଅତିଥିକୁ ସ୍ୱାଗତ କରିବାରେ ବ୍ୟସ୍ତ ଥିଲେ। କିନ୍ତୁ କିଏ ଜାଣିଥିଲା, ମାତ୍ର ପାଞ୍ଚ ଦିନ ପରେ ସେହି ଘର ଖୁସିରୁ ଶୋକରେ ପରିଣତ ହେବ।
BY-SUBHASMITA-ଡ଼ଟ 1..8.2026
ଆପଣମାନେ ଶୁଣିଲେ A ମାତ୍ର ୧୨୦ ଘଣ୍ଟାର ଜୀବନ। ଦୁନିଆକୁ ଭଲଭାବେ ଦେଖିବା ପୂର୍ବରୁ ହିଁ ଲିଭିଗଲା ଏକ କଅଁଳ ଜୀବନର ପ୍ରଦୀପ। ସେ ନିରୀହ ଶିଶୁଟି କଥା କହିପାରିଲାନି, କିନ୍ତୁ ତା’ର ନିରବ ମୃତ୍ୟୁ ଆଜି ସମାଜକୁ ଅନେକ ପ୍ରଶ୍ନ ପଚାରୁଛି।
ମଧ୍ୟପ୍ରଦେଶର ସିଧି ଜିଲ୍ଲାର ଚୁରହଟ ଥାନା ଅନ୍ତର୍ଗତ ଭେଲକି ଗାଁରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଘର ଭିତରେ ଥିବା ପାଣି ଭର୍ତ୍ତି ନୀଳ ରଙ୍ଗର ଡ୍ରମ୍ରୁ ପାଞ୍ଚ ଦିନର ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରଥମେ ଏହାକୁ ଦୁର୍ଘଟଣା କିମ୍ବା ଅନ୍ୟ କାହାରି କାର୍ଯ୍ୟ ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପୋଲିସ ତଦନ୍ତ ଆଗକୁ ବଢ଼ିବା ସହ ସାମ୍ନାକୁ ଆସିଥିଲା ଏକ ହୃଦୟବିଦାରକ ସତ୍ୟ।
ପୋଲିସର ସୂଚନା ଅନୁସାରେ, ପଚରାଉଚରା ବେଳେ ଶିଶୁର ମା’ଙ୍କ ବୟାନରେ ବାରମ୍ବାର ଅସଙ୍ଗତି ଦେଖାଯାଇଥିଲା। ପରେ କଡ଼ା ଜେରା ବେଳେ ସେ ନିଜେ ଶିଶୁକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିବା ଦାବି ପୋଲିସ କରିଛି। ମହିଳା ଜଣକ କହିଥିଲେ ଯେ, ତାଙ୍କର ପୂର୍ବରୁ ଜଣେ ଝିଅ ଅଛନ୍ତି। ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ଆର୍ଥିକ ସମସ୍ୟା ଏବଂ ଭବିଷ୍ୟତର ଚିନ୍ତା ତାଙ୍କୁ ମାନସିକ ଚାପରେ ପକାଇଥିଲା। ସେହି ଚାପରେ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି। ଏହି ମାମଲାରେ ତଦନ୍ତ ଜାରି ରହିଛି।
ଏହି ଘଟଣା କେବଳ ଏକ ହତ୍ୟାକାଣ୍ଡ ନୁହେଁ, ବରଂ ସମାଜର ମାନସିକତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ। କନ୍ୟା ସନ୍ତାନ ପ୍ରତି ଭେଦଭାବ କ’ଣ ଏବେ ବି ସମାଜରୁ ସମ୍ପୂର୍ଣ୍ଣ ଦୂର ହୋଇନାହିଁ? ଆର୍ଥିକ ଅଭାବ ଏବଂ ସାମାଜିକ ଚାପ କ’ଣ ଜଣେ ମା’କୁ ଏତେ ନିଷ୍ଠୁର କରିପାରେ ଯେ ସେ ନିଜ ସନ୍ତାନର ଜୀବନ ନେଇଦିଅନ୍ତି?
ନୀଳ ଡ୍ରମ୍ରୁ ମିଳିଥିବା ସେହି କଅଁଳ ଶିଶୁର ମୃତଦେହ ଆଜି କେବଳ ଗୋଟିଏ ପରିବାରର ଦୁଃଖର କାହାଣୀ ନୁହେଁ, ବରଂ ସମାଜର ବିବେକକୁ ଝଟକା ଦେଉଥିବା ଏକ କଠୋର ବାସ୍ତବତା। ଝିଅ ଓ ପୁଅ ମଧ୍ୟରେ ଭେଦଭାବ ଯେପର୍ଯ୍ୟନ୍ତ ଶେଷ ହେବନାହିଁ, ସେପର୍ଯ୍ୟନ୍ତ ଏଭଳି ଘଟଣା ମାନବିକତାକୁ ପ୍ରଶ୍ନ କରିଚାଲିବ ।
ଚର୍ଚ୍ଚା NEWS












