BY-ରବିନ୍ଦ୍ରନାଥ ମହାପାତ୍ର
ରାୟଗଡ଼ା :: ଆଜି ପବିତ୍ର ଅକ୍ଷୟ ତୃତୀୟା।ଚାଷୀ ଭାଇ ର ବିହନ ବୁଣିବା ଆରମ୍ଭ କରେ ସେପଟେ ପ୍ରଭୁ ଜଗନ୍ନାଥଙ୍କ ରଥ ଲାଗି ଅନୁକୂଳ ର ଦିନ ଟିଏ।ଏଇ ଦିନରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ମରିଚ ଗୁଡ଼ା ପାହାଡ ଉପରେ ଶୌରା ଲିପି ବା ଅକ୍ଷୟର ବ୍ରହ୍ମ ରୂପେ ସୃଷ୍ଟି ହୋଇଥିଲେ।ଏଥିପାଇଁ ଆଜିର ଦିନରେ ସୌରା ଜନଜାତି ଙ୍କ ପାଇଁ ବେଶ୍ ଗୁରୁତ୍ୱ ପୂର୍ଣ୍ଣ ବହନ କରେ।ଏହି ନିଆରା ଯାତ୍ରା ଅକ୍ଷର ବ୍ରହ୍ମ ଯାତ୍ରା କୁ ଓଡ଼ିଶା ସମେତ ପୋଡ଼ଶି ରାଜ୍ୟ ରୁ ଆଦିବାସୀ ମାନେ ଏଠାକୁ ଆସି ଦର୍ଶନ କରିଥାନ୍ତି।ଏବଂ ମାନସିକ ଧାରୀ ମାନେ ମଣ୍ଡନ କରିଥାନ୍ତି। ଆଦିବାସୀ ମାନେ ଦେବତା ଙ୍କୁ ପୂଜାର୍ଚ୍ଚନା କରିବା ସକାଶେ ବଳି ଓ ମଦ କୁ ଗୁରୁତ୍ବ ଦେଇ ଆସିଥିବା ଆଦିବାସୀ ଙ୍କ କ୍ଷେତ୍ରରେ ବଡ ପରିବର୍ତ୍ତନ ଆସିଛି।ଦେବତା ବଳି ନୁହେଁ ଚାହେଁ ନିଷ୍ଠାପର ଆରାଧନା। ସୌରା ଭାଷା ଲିପି ସ୍ରଷ୍ଟା ତଥା ଶବର ପଣ୍ଡିତ ମାଂଗେଇ ଗମାଙ୍ଗ ଙ୍କୁ ହୋଇଥିବା ସ୍ୱପ୍ନା ଦେଶ ପ୍ରକାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଏହି ମରିଚ ଗୁଡ଼ା ପାହାଡ ଉପରେ ୨୪ଟି ଅକ୍ଷର ଓ ଗୋଟିଏ ସମାବୋରହ୍ କୁ ନେଇ ସୃଷ୍ଟି ହୋଇଥିବା ସୌରା ଭାଷା ଲିପି ।ଓଁ ମଧ୍ୟରେ ଥିବା ଏହି ୨୪ ଅକ୍ଷର ଏବେ ସୌରା ଜନଜାତି ଙ୍କ ଆରାଧ୍ୟ ଦେବତା ଅକ୍ଷର ବ୍ରହ୍ମ ପୀଠ ବା ମାତାର ବାନମ ପୀଠ। ମାତାରବନମ ପୀଠ ରେ ଆଜି ଭକ୍ତଙ୍କ ପ୍ରବଳ ଭିଡ।ପବିତ୍ର ଅକ୍ଷୟ ତୃତୀୟା ଦିନ ନୁହେଁ ପ୍ରତି ଦିନ ପୂଜାର୍ଚ୍ଚନା ସହ ଗୁରୁବାର ମଧ୍ୟ ଭିଡ ହୋଇଥାଏ।ପୁରୀ ଧାମ ରେ ପ୍ରଭୁ ସ୍ଵୟଂ ଜଗନ୍ନାଥ ପୂଜା ପାଇଥିବା ବେଳେ।ଏଠାରେ ପ୍ରଭୂ ଅକ୍ଷର ରୂପେ ପୂଜା ପାଉଚ୍ଛନ୍ତି।ଓଡ଼ିଶା ତଥା ଆନ୍ଧ୍ର ର ରହୁଥିବା ଲୋକେ ଏହି ଦିନରେ ଆସି ନିଜ ଆରାଧ୍ୟ ଦେବତା ଅକ୍ଷର ବ୍ରହ୍ମ ଙ୍କୁ ଦର୍ଶନ କରିଥାନ୍ତି।ମାନସିକ ଧାରୀ ମାନେ ମଣ୍ଡନ କରିଥାନ୍ତି ।ମୃତ ଲୋକଙ୍କ ମଧ୍ୟ ଏଠାରେ ଅସ୍ଥି ବିସର୍ଜନ କରିଥାନ୍ତି।ଏହା ଦ୍ୱାରା ପିତୃ ଲୋକଙ୍କ ମନ ସନ୍ତୁଷ୍ଟ ହେବା ସହ ନବଜାତ ଶିଶୁ ମାନଙ୍କ ର ଭବିଷ୍ୟତ ମଧ୍ୟ ଉଜ୍ଜ୍ଵଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଘର ଦାଣ୍ଡରେ ମଧ୍ୟ ଅକ୍ଷୟର ଙ୍କୁ ପୂଜାର୍ଚ୍ଚନା ହୋଇଥାଏ।ଏଥିପାଇଁ ଆଜି ମରିଚ ଗୁଡ଼ା ପାହାଡ ଉତ୍ସବ ମୁଖର ହୋଇଉଠିଛି। ସୌରା ଙ୍କ ତୀର୍ଥ କ୍ଷେତ୍ର ଅକ୍ଷର ବ୍ରହ୍ମ ଯେ କେବଳ ଆରାଧ୍ୟ ଦେବତା ନୁହେଁ ଏହା ଅନ୍ଧ ବିଶ୍ବାସ ଦୂରୀକରଣ ସହ ସମାଜ ସଂସ୍କାରକ ସାନିବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି ।
ଚର୍ଚ୍ଚା news












