by- ଶ୍ୟାମ ସୁନ୍ଦର ସୁନା
ବରଗଡ଼ ପଦ୍ମପୁର :ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଶି ପାଳି ଗ୍ରାମବାସୀ , ଗ୍ରାମ ର ହନୁମାନ ମନ୍ଦିର ପୂଜା କମିଟି, ସମସ୍ତ ପୂଜା ପଣ୍ଡିତ ତଥା ଗୌନ୍ତିଆ ପରିବାର ତରଫରୁ ହନୁମାନ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଶୁଭଖମ୍ୱ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିରୀଶ କୁମାର ବହିଦାର, ଆଶିଷ କମାର ବହିଦାର, ରାଜେଶ କୁମାର ବହିଦାର, ପ୍ରିତେଶ ବହିଦାର, ରୂପେଶ ବହିଦାର ଆଦି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ଗାଆଁ ରେ ଘଣ୍ଟ, ଶଙ୍ଖ, ବାଦ୍ୟ, ତାଲ, ମୃଦଙ୍ଗ, ହରିବୋଲ, ହୁଳହୁଳି ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଆଖପାଖ ପ୍ରତ୍ୟେକ ଗାଆଁ ର ଭକ୍ତ, ଶ୍ରଦ୍ଧାଳୁ, ଦର୍ଶକ ମାନେ ଯୋଗ ଦେବାକୁ ହନୁମାନ ପୂଜା କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।କାର୍ଯ୍ୟକ୍ରମ କୁ ପୂଜା କମିଟି ତରଫରୁ ସଭାପତି କୁଳମଣି ସାହୁ, ଉପ ସଭାପତି ଲକ୍ଷ୍ମୀ ପ୍ରସାଦ ସାହୁ, ସମ୍ପାଦକ ଚିତ୍ତରଞ୍ଜନ ସାହୁ, ସହ ସମ୍ପାଦକ କ୍ଷେତ୍ର ସାହୁ, କୋଷାଧ୍ୟକ୍ଷ ମୁରଲୀ ସାହୁ, ସହ କୋଷାଧ୍ୟକ୍ଷ ଯଶୋବନ୍ତ ସାହୁ ଆଦି ସହଯୋଗ କରିଥିଲେ।
ଚର୍ଚ୍ଚା NEWS












