ଉମରକୋଟରେ ବିଶାଳ ତ୍ରିରଙ୍ଗା ଯାତ୍ରା :
BY-ଶ୍ରୀକାନ୍ତ ନନ୍ଦ
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଦେଶଭକ୍ତିର ଭାବନାରେ ଅନୁଷ୍ଠିତ ହୋଇଛି ବିଶାଳ ତ୍ରିରଙ୍ଗା ଯାତ୍ରା। ହୃଦୟରେ ଦେଶପ୍ରେମ, ମନରେ ଉତ୍ସାହ ଓ ଉଦ୍ଦୀପନା ସହ ହାତରେ ତ୍ରିରଙ୍ଗା ପତାକା ଧରି ବହୁ ସଂଖ୍ୟାରେ ଲୋକେ ଏହି ଯାତ୍ରାରେ ସାମିଲ ହୋଇଥିଲେ। ‘ଭାରତ ମାତା କୀ ଜୟ’ ନାରାରେ ଉମରକୋଟ ସହରର ପରିବେଶ ଦେଶଭକ୍ତିମୟ ହୋଇଉଠିଥିଲା । ଯାତ୍ରା ମାଧ୍ୟମରେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ କରିଥିବା ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା। ଏଥିସହ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ସହ ଘରେ ଘରେ ଜାତୀୟ ପତାକା ଉଡ଼ାଇ ଦେଶପ୍ରେମର ବାର୍ତ୍ତା ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା।
ତ୍ରିରଙ୍ଗା ଯାତ୍ରାରେ ଯୁବପିଢ଼ିଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ବାର୍ତ୍ତା ନେଇ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରା ଉମରକୋଟବାସୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା ।
ଚର୍ଚ୍ଚା tv











