ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟକୁ ଆଶ୍ବସ୍ତି।
BY-SUbhasmita-dt-25.7.2026
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ମିଶନ ଓ ପ୍ରକଳ୍ପରେ କାର୍ଯ୍ୟରତ ପରାମର୍ଶଦାତା (Consultants), ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ (PMU), ଟେକ୍ନିକାଲ୍ ସପୋର୍ଟ ୟୁନିଟ୍ (TSU) ଓ ସମାନ ପ୍ରକାରର ସଂସ୍ଥାମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ପାରିଶ୍ରମିକ ପ୍ରଦାନ ସମ୍ପର୍କିତ ଅନ୍ତରୀଣ ବ୍ୟବସ୍ଥାର ଅବଧିକୁ ଆଉ ତିନି ମାସ ବଢ଼ାଇ ୨୦୨୬ ଅକ୍ଟୋବର ୧ ପର୍ଯ୍ୟନ୍ତ କରାଯାଇଛି।
ଅର୍ଥ ବିଭାଗ ପକ୍ଷରୁ ଜାରି ଅଫିସ୍ ମେମୋରାଣ୍ଡମ୍ ଅନୁଯାୟୀ, ଏହି ନିଷ୍ପତ୍ତି ଫଳରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ପାରିଶ୍ରମିକ ପ୍ରଦାନରେ କୌଣସି ପ୍ରଶାସନିକ ବାଧା ରହିବ ନାହିଁ। ସମସ୍ତ ବିଭାଗକୁ ଏହି ଅବଧିର ପାରିଶ୍ରମିକ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଅନୁମତି ଦିଆଯାଇଛି।
ସୂଚନାଯୋଗ୍ୟ, ବିଭିନ୍ନ ସରକାରୀ ପ୍ରକଳ୍ପରେ ପ୍ରକଳ୍ପ ପରିଚାଳନା, ବୈଷୟିକ ସହାୟତା, ଆଇଟି, ଗବେଷଣା ଓ ମନିଟରିଂ କାର୍ଯ୍ୟ ପାଇଁ ନିୟୋଜିତ ପରାମର୍ଶଦାତା ଏବଂ PMU, TSU କର୍ମଚାରୀଙ୍କ ପାରିଶ୍ରମିକ ନେଇ ଦେଖାଦେଇଥିବା ଅନିଶ୍ଚିତତାକୁ ଏହି ନୂଆ ନିଷ୍ପତ୍ତି ଦୂର କରିଛି। ରାଜ୍ୟପାଳଙ୍କ ଆଦେଶକ୍ରମେ ଅର୍ଥ ବିଭାଗର ଯୁଗ୍ମ ସଚିବ ଅନିଲ କୁମାର ପୁରୋହିତ ଏହି ଅଫିସ୍ ମେମୋରାଣ୍ଡମ୍ ଜାରି କରିଛନ୍ତି ।
ଚର୍ଚ୍ଚା news












